ଇତିହାସ ରଚିଲା ଓଡ଼ିଆ ଚଳଚିତ୍ର ଜଗତ ।ଚଳଚିତ୍ର ଟି ଉପରୁ ସମ୍ପୂର୍ଣ ଟିକସ ମୁକ୍ତ କରାଗଲା
ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ।
ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ଏଥିସହ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ ପାଇଁ ସରକାରଙ୍କ ସମସ୍ତ ବିଭାଗ ସମନ୍ଵୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।