ଇନ୍ଦ୍ରାବତୀ ଜଳଭଣ୍ଡାରରେ ୨୭ ତମ କଳାହାଣ୍ତି ଉତ୍ସବ ୨୦୨୫ ଅବସରରେ ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗୀତା ଅନୁଷ୍ଠିତ l
ଥୁଆମୁଳ ରାମପୁର,୦୪/୦୧-(ଦୁର୍ଗା କୀର୍ତ୍ତି):-କଳାହାଣ୍ତି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ କେନ୍ଦୁଗୁଡା ଘାଟରେ ୨୭ ତମ କଳାହାଣ୍ତି ଉତ୍ସବ ଘୁମୁରା ୨୦୨୫ ଅବସରରେ ଶନିବାର ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗୀତା ଜିଲ୍ଲା ପ୍ରଶାସନ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ଡି.ଇ.ଓ କମଳାକାନ୍ତ ମହାରଣା, ପିଏଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନନ୍ଦୀ କିଶୋର ତାଣ୍ତି, ସିଡିଏମଓ ଡ଼.ସୁଚେତା ମିଶ୍ରଙ୍କ ସମେତ ବୋହୂ ଜିଲ୍ଲା ସ୍ତରୀୟ ପଦାଧିକାରୀ, ରାଜନେତା ଉପସ୍ଥିତ ରହିଥିଲେ l ଏବଂ ବ୍ଲକ୍ ପ୍ରଶାସନ ଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି, ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଜେପି ନେତା ବାଜ୍ରା ଭୋଇ, ବିଧାୟକ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ଡବ୍ଳୁଇଓ ଶୁଭଜିତ ରଞ୍ଜନ ସ୍ବାଇଁ, ବିଏସଏସଓ ସୁନାରାମ ସରେନ, ବ୍ଳକ ଯୋଗାଣ ଅଧିକାରୀ ବିଭୂ ରଞ୍ଜନ ସାହୂ , ଏଇଇ ସାଲକୋ ହେମ୍ବ୍ରମ, ଜେଇ ଦେବେନ୍ଦ୍ର ମହାନନ୍ଦ, ବିପିସି ରାଜେନ୍ଦ୍ର ନାରାୟଣ ସିଂ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ତୀରଚାଳନା ଓ ନୌଚାଳନା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏହି ତୀରଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନରେ ଥୁଆମୁଳ ରାମପୁର ବ୍ଳକ ଏଇଇ ସାଲକୋ ହେମ୍ବ୍ରମ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ଚବୁରୀ ଗ୍ରାମର ରାମସିଂ ମାଝୀ, ତୃତୀୟ ସ୍ଥାନରେ କୁମୁଡାସିଲ ଗ୍ରାମର ସୁବାସ ମାଝୀ ଅଧିକାର କରିଥିଲେ l

ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରମାନେ ନୃତ୍ୟ ପରିବେଷଣ କରି ଜିଲ୍ଲା ସ୍ତରୀୟ ନୌକା ଓ ତୀର ଚାଲଣ ଉତ୍ସବକୁ ରଙ୍ଗାରଙ୍ଗ କରିଥିଲେ l ମଞ୍ଚକୁ ଥୁଆମୁଲ ରାମପୁର +୨ ମହାବିଦ୍ୟାଳୟ ଅଧ୍ଯକ୍ଷ ସତ୍ଯନାରାୟନ ମୁଣ୍ଡଛିନା ପରିଚାଳନା କରିଥିବାବେଳେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l