ଇଲେକ୍ଟ୍ରିକ୍‌ ମୋଟରସାଇକେଲ ଲଞ୍ଚ୍; ଘଣ୍ଟାକୁ ଚାଲିବ ୭୦ କିମି, ଦାମ ବି ସୁହାଇଲା ଭଳି

ଇଲେକ୍ଟ୍ରିକ୍ ଭେଇକଲ କମ୍ପାନୀ ଇଭ୍‌ଟ୍ରିକ ମୋଟର୍ସ(Evtric Motors) ନିଜର ପ୍ରଥମ ଇଲେକ୍ଟ୍ରିକ୍ ମଟରସାଇକେଲ୍ ଇଭଟ୍ରିକ୍ ରାଇଜ୍‌(Evtric Rise)କୁ ଲଞ୍ଚ କରିଛି। ବାଇକ୍‌ର ମୂଲ୍ୟ ୧.୬୦(ଏକ୍ସ ସୋ ରୁମ ମୂଲ୍ୟ)ରୁ ଆରମ୍ଭ ହେଉଥିବା ବେଳେ ଆଜିଠାରୁ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ୫ ହଜାର ଟଙ୍କା ଦେଇ ବାଇକ୍‌କୁ ବୁକ୍ କରିପାରିବେ।

ବାଇକ୍‌ର ବିଶେଷତ୍ୱ-ଇଭଟ୍ରିକ୍ ରାଇଜ୍‌ର ଟପ୍‌ସ୍ପିଡ୍ ଘଣ୍ଟାପ୍ରତି ୭୦ କିମି ରହିଥିବା ବେଳେ ଥରେ ଚାର୍ଜ କଲେ ଏହା ୧୧୦ କିମି ପର୍ଯ୍ୟନ୍ତି ଯିବ ବୋଲି କମ୍ପାନୀ କହିଛି। ରାଜସ୍ଥାନରେ ଡିଲମାନଙ୍କ ବୈଠକରେ କମ୍ପାନୀ ଏହି ସୂଚନା ଦେଇଛି।

୪ ଘଣ୍ଟାରେ ଫୁଲ ଚାର୍ଜ: ଇଭଟ୍ରିକ୍ ରାଇଜ ବାଇକ୍‌ରେ ୨୦୦୦ ୱାଟ BLDC ମୋଟର ଓ 70v/40ah ଲିଥିୟମ ଆନୟ ବ୍ୟାଟେରୀ ଦିଆଯାଇଛି। 10amp ମାଇକ୍ରୋ ଚାର୍ଜର ସହତି ୪ ଘଣ୍ଟାରେ ଫୁଲ୍ ଚାର୍ଜ ହେଇଯିବ। ଇଭଟ୍ରିକ୍ ମୋଟର୍ସର ମାଲିକ ମନୋଜ ପାଟିଲ୍ ନିଜର ଇ-ବାଇକ୍ ନେଇ ଉତ୍ସାହୀ ଥିବା ସେ କହିଛନ୍ତି।

ଇଭ୍‌ଟ୍ରିକ କମ୍ପାନୀ ପୂର୍ବରୁ ୩ ଟି ଇ-ସ୍କୁଟର ବଜାରରେ ଲଞ୍ଚ କରି ସାରିଛି। ସେଗୁଡ଼ିକ ହେଲା ଏକ୍ସିସ(AXIS), ରାଇଡ୍(RIDE), ଓ ମାଇଟି(MIGHTY) । ଏସବୁ ସ୍କୁଟରଗୁଡ଼ିକୁ ୨୨ ରାଜ୍ୟରେ ୧୨୫ ଟଚ୍‌ପଏଣ୍ଟ ସହ ବିକ୍ରି କରାଯାଉଛି।

ଇଭ୍‌ଟ୍ରିକ୍ସ ମୋଟର୍ସ ପୁଣେ ଆଟୋମେସନ କମ୍ପାନୀ PAPLର ଏକ ଅଂଶ। ଗତ ଜୁଲାଇରେ PAPL ଇଲେକ୍ଟ୍ରିକ୍ ଅଟୋ ସେକ୍ଟରରେ ପାଦ ରଖିଥିଲେ ବି ବ୍ୟବସାୟକୁ ଦ୍ରୁତ ଗତିରେ ଆଗକୁ ନେବାକୁ କମ୍ପାନୀ ଲାଗିପଡ଼ିଛି। କମ୍ପାନୀ ୧୦୦ କୋଟି ନିବେଶ କରି ଇଲେକ୍ଟ୍ରିକ୍ ସ୍କୁଟର, ସାଇକେଲ୍, ବାଇକ ଓ ଥ୍ରୀ-ହ୍ୱିଲର ଲଞ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛି।