ଉଦଘାଟନ ହେଲା ସିଏମ୍ ସି ଟିସି କମ୍ୟୁନିଟି ମେନେଜ ଟ୍ରେନିଙ୍ଗ ସେଣ୍ଟର।
ପାଟଣା;- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ଗୃଗ ନିକଟରେ ଥିବା ସିଏମ୍ ସି ଟିସି କମ୍ୟୁନିଟି ମେନେଜ ଟ୍ରେନିଙ୍ଗ ସେଣ୍ଟର ଆଜି ଉଦଘାଟନ ହୋଇଛି।
ଏହି ତାଲିମ କେନ୍ଦ୍ରକୁ ବିଡିଓ ଶିବଶଙ୍କର ମୁର୍ମୁ ପିତା କାଟି ଶୁଭ ଉଦଘାଟନ କରିଛନ୍ତି। କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସ୍ତରରେ ଥିବା ସିଏମ୍ ଟିସି କମ୍ୟୁନିଟି ମେନେଜ ଟ୍ରେନିଙ୍ଗ ସେଣ୍ଟର କୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ କୃଷି ଓ କୃଷକ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ଵାରା ଦେଶରେ ୧୦୦ଟି ଗୋଷ୍ଟି ଦ୍ଵାରା ପରିଚାଳିତ ତାଲିମ କେନ୍ଦ୍ର (ସିଏମ୍ ଟିସି) ର ଅନ ଲାଇନ ମାଧ୍ୟମରେ ଉଦଘାଟନ ହୋଇଛି।

ଏଥି ମଧ୍ୟରୁ ଓଡ଼ିଶା ସରକାର ଙ୍କ ୬ଗୋଟି କେନ୍ଦ୍ର ମଧ୍ୟରୁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ କେଂଦେଇପଶି ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ପରିଚାଳିତ (ସିଏସ୍ ଟିସି) ତାଲିମ କେନ୍ଦ୍ରର ଉଦଘାଟନ ହୋଇଛି। କେନ୍ଦେଇପଶି ପଞ୍ଚାୟତ ସ୍ତରୀୟ ସଂଘକୁ ସିଏମ ଟିସି ଭାବରେ ପରିଚାଳନା କରିବା ପାଇଁ ଏହି ପ୍ରଶିକ୍ଷଣ ତାଲିମ କେନ୍ଦ୍ରରେ କେନ୍ଦେଇପଶି ପଞ୍ଚାୟତ ସ୍ତରିୟ ସମସ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ମହିଳା ମାନେ କିପରି ଉନ୍ନତି ହୋଇ ପାରିବେ ସେଥିପାଇଁ ତାଲିମ ପ୍ରଶିକ୍ଷଣ କେନ୍ଦ୍ରକୁ ଆଜି ଶୁଭ ଉଦଘାଟନ କରାଗଲା। ଏହି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାର (BPM) ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶିଶିର ଷଡଙ୍ଗୀ ଏବଂ ସମ୍ମାନିତ ଅତିଥି (DPC) ତଥା ବ୍ଲକ ପ୍ରକଳ୍ପ ପରିଚାଳକ ମନରଞ୍ଜନ ମହାପାତ୍ର, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ବିଏଲ ସି ସେନସେସ୍, ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ନାଏକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦେଇପଶି ପଞ୍ଚାୟତ ସ୍ତରୀୟ ସମସ୍ତ କମ୍ୟୁନିଟି ସୁପର ଷ୍ଟାର ଏବଂ ସମସ୍ତ ଇ.ସି ସଭ୍ୟା,ସମସ୍ତ ସ୍ୱୟଂ ସହାୟକା ଗୋଷ୍ଠିର ମହିଳା ମାନେ ଉପସ୍ଥିତ ଥିଲେ। ପଞ୍ଚାୟତ ସ୍ତରରେ ତାଲିମ ପ୍ରଶିକ୍ଷଣ ମାଧ୍ୟମରେ ଆଗକୁ କିପରି ପରିଗଣିତ କରାଯାଇପାରିବ ଯାହାକି ଆଗାମୀ ୫ବର୍ଷ ଭିତରେ ପଞ୍ଚାୟତ ସ୍ତରୀୟ ସଂଘର ମହିଳା ମାନେ କିପରି ନିଜକୁ ନିଜେ ସ୍ୱଭାଲମ୍ବୀ ହୋଇ ପାରିବେ ସେବାବଦରେ ଆଲୋଚନା କରାଗଲା। ଆଜିର ଏହି ଲାଇଫ ଟେଲିକାଷ୍ଟ LED ମାଧ୍ୟମରେ ମଧ୍ୟ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିବା ଏଲିଡି ମାଧ୍ୟମରେ ସିଧା ପ୍ରଶାରଣ କରାଯାଇଥିଲା।ଏଥିରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ। ଏହି ଟେଲିକାଷ୍ଟ ମାଧ୍ୟମରେ ଜାଣିବାବୁ ପାଇଲେ ଯେ କିପରି ନିଜକୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ କାର୍ଯ୍ୟ କରି ରୋଜଗାର କ୍ଷମ ହୋଇପାରିବେ ତାହା ଥିଲା ଆଜିର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ।
ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଏମବିକେ ସମ୍ପାଦିକା ସଭାନେତ୍ରୀ ମନରମା ପ୍ରଧାନ, ବ୍ୟାଙ୍କ ମିତ୍ର ରୀନା ରାଣୀ ମହାନ୍ତ, jplf ସଭାପତି କିରଣ ବାଳା ସେଠୀ, ସମ୍ପାଦକ ସସ୍ମିତା ମହାନ୍ତ, gcrp ମାଳତୀ ବେହେରା, ଏମବିକେ,ଏଲଏସିପି ସମସ୍ତ ସିଆରପି ,କୃଷିମିତ୍ର, ପ୍ରାଣୀମିତ୍ର, ଇ ସି ସଦସ୍ୟାଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।