ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ : ନବୀନ
ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ଏଥି ପାଇଁ ସାରା ଦେଶର ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ଠିକ୍ ଏହି ସମୟରେ ଓଡ଼ିଶାର ରାଜନୀତି ମଧ୍ୟ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ସମସ୍ତେ ଦିଲ୍ଲୀମୁହାଁ ହୋଇଛନ୍ତି। ତେବେ ନବୀନ କହିଛନ୍ତି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କୌଣସି ରାଜ୍ୟସଭା ସାଂସଦ ମାନଙ୍କୁ ମଧ୍ୟ ଭେଟିବାର ନାହିଁ। ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ।
ଗତକାଲି ଏକ୍ସରେ ବିରୋଧୀ ଦଳ ନେତା କହିଛନ୍ତି ମୁଁ କିଛିଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ। ନବୀନଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ନବୀନଙ୍କ ଦିଲ୍ଲୀ ଗସ୍ତ ସହ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।