ଏଫ୍‌ଟିଆଇଆଇ ଅଧ୍ୟକ୍ଷ ହେଲେ ଆର୍‌ ମାଧବନ

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ର ସଭାପତି ତଥା ପରିଚାଳନା ପରିଷଦର ଚେୟାରମ୍ୟାନ ହୋଇଛନ୍ତି ଅଭିନେତା ଆର୍‌ ମାଧବନ୍‌।ନିକଟରେ ତାଙ୍କ ଫିଲ୍ମ ରକେଟ୍ରି ଦି ନାମ୍ବି ଇଫେକ୍ଟକୁ ବେଷ୍ଟ ଫିଚର ଫିଲ୍ମ ବର୍ଗରେ ଜାତୀୟ ପୁରସ୍କାର ମିଳିଥିଲା। ଏହି ଫିଲ୍ମର ଆର୍‌. ମାଧବନ ନିଜେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ବି ଦେଇଥିଲେ।

ଏବେ ଏଫ୍‌ଟିଆଇଆଇର ଅଧ୍ୟକ୍ଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସୋସିଆଲ୍ ମିଡିଆରେ ବଧେଇ ଜଣାଇଛନ୍ତି। ଜ୍ଞାନ ଏବଂ ନୈତିକତା ଦ୍ୱାରା ମାଧବନ ଅନୁଷ୍ଠାନକୁ ଅଧିକ ଉନ୍ନତ କରିପାରିବେ। ଏଥିରେ ବହୁତ ଉଚ୍ଚ ପରିବର୍ତ୍ତନ ଦେଖାଯିବ ଏବଂ ସକରାତ୍ମକ ଓ୍ବାର୍କ କଲ୍ଚର ସୃଷ୍ଟି କରିବ। ଆପଣଙ୍କ ସହ ମୋର ଶୁଭେଚ୍ଛା ସର୍ବଦା ରହିଛି ବୋଲି ଠାକୁର କହିଛନ୍ତି।ଅନ୍ୟପଟେ ଆର୍‌ ମାଧବନ ମଧ୍ୟ ଏକ୍ସରେ ପୋଷ୍ଟ କରି ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତ ଆଶା ପୂରଣ କରିବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିବି ବୋଲି ମାଧବନ ଲେଖିଛନ୍ତି।