ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି । ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ । ଆନ୍ଦୋଳନ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର । ଗୃହ ସଚିବ ଆଉ ଓ ଓପିଆରବି ଅଧ୍ୟକ୍ଷ କାହିଁକି ତଦନ୍ତ ପରିସରକୁ ଆସୁ ନାହାନ୍ତି । ୩ଟି ସଂସ୍ଥାକୁ କାହିଁକି ପରୀକ୍ଷା ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ଏହାର ଜବାବ ସରକାର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।କେଉଁ ନିୟମ ଅନୁସାରେ ଆଉଟ ସୋର୍ସିଙ୍ଗ କରିବାକୁ ନିଷ୍ପତ୍ତି ହେଲା । କାହାର ଦସ୍ତଖତ ରହିଛି ଏହି ନିଷ୍ପତ୍ତି ପଛରେ । କିଏ କରାଇବାକୁ ଚାହୁଁଥିଲା ଏପରି ଦୁର୍ନୀତି, ବୋଲି ପ୍ରଶ୍ନ କରିଛି ବିଜେଡି ।ସୂଚନାଥାଉକି, ପୋଲିସ ଏସଆଇ ଚାକିରି କେଳେଙ୍କାରୀରେ ଆଉ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଡିଜିଟାଲ ତଥ୍ୟ ଯୋଗାଡରେ ଲାଗିପଡିଛି କ୍ରାଇମବ୍ରାଞ୍ଚ । ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ ।