ଏସଏସଡ଼ି ବିଦ୍ୟାଳୟରେ ପିଏମ ଶ୍ରୀ ଉତ୍ସବ ପାଳିତ I

ଥୁଆମୂଳ ରାମପୁର, ୨୨/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡାକକୋଟା ଠାରେ ଶନିବାର ପିଏମ୍ ଶ୍ରୀ ଉତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ମହେନ୍ଦ୍ର କୁମାର ବିଶ୍ବାଳ, ଅଧ୍ୟାପକ ସମୀର ରଞ୍ଜନ ସାହୁ, ଶିକ୍ଷୟତ୍ରୀ ସାରିକା ମଞ୍ଜୁରୀ ଦୁର୍ଗା, ହିନ୍ଦୀ ଶିକ୍ଷୟତ୍ରୀ ଚୌଦ୍ରି ମାର୍ଥା ଦେବ ପ୍ରମୁଖ ମଞ୍ଚଶିନ ହୋଇଥିବା ବେଳେ ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚ ପରିଚାଳନା କରିଥିଲେ l

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଲିଙ୍ଗରାଜ ଖମାରୀ, ଚାଞ୍ଚଲ୍ୟ ବାଗ, ପିଜିଟି କେମିଟ୍ରି ଶିକ୍ଷକ ଭବାନୀଶଙ୍କର ଦାସ ସହଯୋଗ କରିଥିବା ବେଳେ ଆୟୋଜିତ ଏହି ପିଏମ ଶ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩ଗୋଟି ପ୍ରମୁଖ ଷ୍ଟଲ୍ ଏଥିରେ ଲାଗିଥିଲା, ଯାହାକି ଆକାଂକ୍ଷା ମେଳା, ଟାଲେଣ୍ଟ ଗ୍ୟାଲେରୀ, ଦୁକାନ ଯାତ୍ରା ଆଦି ଷ୍ଟଲ୍ l ତେବେ ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଏଭଳି କାର୍ଯ୍ୟକ୍ରମ ହେଉଥିବାରୁ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା, ତଥା ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l