ଐଶଙ୍କ ଲାଡଲୀ ଆରାଧ୍ୟା ବଚ୍ଚନଙ୍କୁ ନେଇ ଚାଲିଲା ଫେକ୍ ନ୍ୟୁଜ୍, ହାଇକୋର୍ଟର ଦ୍ୱାରସ୍ଥ ହେଲେ ବଚ୍ଚନ ପରିବାର

ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଆରାଧ୍ୟା ଅନେକ ସମୟରେ ଟ୍ରୋଲରଙ୍କ ଟାର୍ଗେଟରେ ମଧ୍ୟ ରହିଛନ୍ତି। ନିକଟରେ ସେ ଦୁଇଟି ୟୁଟ୍ୟୁବ ଚ୍ୟାନେଲ ଏବଂ ୱେବସାଇଟ୍ ବିରୋଧରେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଆରାଧ୍ୟା ହାଇକୋର୍ଟ ଯାଇଛନ୍ତି। ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଗଣମାଧ୍ୟମ ସଂଗଠନ ତାଙ୍କ ବିରୋଧରେ ଏହି ଖବର ଲେଖିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ରୋକାଯିବା ଉଚିତ। କାହିଁକିନା ସେ ନାବାଳିକା।  

ଏହା ସହ ତାଙ୍କ ସମ୍ବନ୍ଧରେ ସମସ୍ତ ଭିଡିଓ ‘ଡି-ଲିଷ୍ଟ୍‌’ ଓ ‘ଡିଆକ୍ଟିଭେଟ୍‌’ କରିବା ଲାଗି ଦାଏର କରିଥିବା ପିଟିସନ୍‌ରେ ଆରାଧ୍ୟା ୧୦ଟି ଚାନେଲ୍‌କୁ କହିଛନ୍ତି।କୋର୍ଟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ଏପରି ସୂଚନା ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ ନୁହେଁ, ଯାହା କାହାର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥାଏ।

ଏଭଳି ଭିଡିଓ ଏବଂ ସୂଚନା ପ୍ରସାର ଉପରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମନ ମଧ୍ୟ ଜାରି କରିଛନ୍ତି।ସ୍ୱଚନାନୁସାରେ, ଆରାଧ୍ୟା ବଚ୍ଚନ ସାଧାରଣତଃ ଲାଇମଲାଇଟରେ ରୁହନ୍ତି। କିଛି ଦିନ ପୂର୍ବରୁ ମା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ ଆରାଧ୍ୟା ପାଇଜାମି, କୁର୍ତ୍ତା ଏବଂ ହାଲୁକା ମେକଅପ୍ ସହିତ  ନଜର ଆସିଥିଲେ।