ଐଶ୍ବର୍ଯ୍ୟ ରଜନୀକାନ୍ତଙ୍କ ଘରୁ ଅଳଙ୍କାର ଚୋରି

 ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅଙ୍କ ଘରୁ ଚୋରି । ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟଙ୍କ ଘରୁ ସୁନା ଓ ହୀରା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି କି ତାଙ୍କ ଚେନ୍ନାଇ ସ୍ଥିତ ଘରୁ ଲକରରେ ଥିବା ୬୦ ତୋଲା ଗହଣା ଚୋରି ହୋଇଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩.୬୦ ଲକ୍ଷ ଟଙ୍କା ହେବ ।

ଅଭିଯୋଗରେ କୁହାଯାଇଛି କି ସେ ୨୦୧୯ରେ ତାଙ୍କ ଭଉଣୀ ସୌନ୍ଦର୍ଯ୍ୟାଙ୍କ ବିବାହରେ ସେସବୁ ଗହଣା ପିନ୍ଧିଥିଲେ ।ଟେୟନମପେଟ୍ ଥାନାରେ ଲିଖିତ ଅଭିଯୋଗ ପରେ  ଧାରା ୩୮୧ରେ ମାମଲା ରୁଜୁ କରିଛି ପୋଲିସ । ସୁନା ଓ ହୀର ଗହଣା ରହିଥିବା ସ୍ଥାନ ବାବଦରେ ଘରର ଚାକରକୁ ଜଣାଥିବା ଫିଲ୍ମମେକର କହିଛନ୍ତି ।