ଓଏଭି ଥୁଆମୂଳ ରାମପୁର ଠାରେ ବାର୍ଷିକ କ୍ରୀଡୋତ୍ସବ ଉଦ୍‌ଯାପିତ I

ଥୁଆମୂଳ ରାମପୁର,୧୮/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି l ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପ୍ରଥମ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ସୀତାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ଆରମ୍ଭ ପୂର୍ବକ ଛାତ୍ର ଛାତ୍ରୀ ମାନେ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ମଶାଲ ଯାତ୍ରାରେ ଯାଇ ବିଦ୍ୟାଳୟରେ ସ୍ଥାପନ କରାଯାଇଥିଲା l ପରେ ଅଧକ୍ଷ ଖେଳ ପତାକା ଉତ୍ତୋଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଅନିରୁଧ ମୁଦୁଲି ସମସ୍ତ ପ୍ରକାର କ୍ରୀଡା ପ୍ରତିଯୋଗିତା ଆଗେଇ ନେଇଥିଲେ l

ଉକ୍ତ ପ୍ରତିଯୋଗିତାର ମୋଟ ୧୮ଟି ଇଭେଣ୍ଟରେ ୧୯୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଉଦଯାପନୀ ସଭାରେ କଲମପୁର ୟୋଗା ଶିକ୍ଷକ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସଂଗୀତା ଧାରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ଅଧକ୍ଷ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏବଂ କ୍ରୀଡା ଉତ୍ସବ କୁ ବିଦ୍ୟାଳୟ ଶିକ୍ଷକ ଟିପୁନ ମହାଲିକ, ଶିକ୍ଷକ ମୁକେଶ ସାହୁ, ଶିକ୍ଷକ କ୍ଷୀରସିନ୍ଧୁ ଲୁହା, ଶିକ୍ଷକ ସିଦ୍ଧେଶ୍ବର ଭୋଇ, ଶିକ୍ଷକ ପ୍ରଦୀପ କୁମାର ନାଗ, ଶିକ୍ଷକ ସଂଜୀବ କୁମାର ଭୋଇ, କିରାଣୀ ଲୋହିତ କୁମାର ନାଗ , ଶିକ୍ଷୟତ୍ରୀ ଶେଫାଳି ତନ୍ତି, ଶିକ୍ଷକ ସଂଜୀବ କୁମାର ଭୁଏ, ଶିକ୍ଷକ ଦେବବ୍ରତ ଦାସ, ଶିକ୍ଷକ ବିଶ୍ବନାଥ ହେମ୍ବ୍ରମ,ଶିକ୍ଷୟତ୍ରୀ ଲିପିଶ୍ରୀ ବାରିକ, ଶିକ୍ଷକ ଆଲୋକ କୁମାର ମହନ୍ତ, ଶିକ୍ଷକ ରଣଜିତ ସାହୁ, ଶିକ୍ଷକ ପରମେଶ୍ବର ସାମଲ ପ୍ରମୁଖ ସହଯୋଗ କରିଥିଲେ l