ଓଏଭି ଥୁଆମୂଳ ରାମପୁର ଠାରେ ୭ତମ ଜିଜ୍ଞାସା ବାର୍ଷିକୋତ୍ସବ ଅନୁଷ୍ଠିତ l
ଥୁଆମୂଳ ରାମପୁର,୨୦/୧୨ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ସୀତାକାନ୍ତ ରଣାଙ୍କ ସଭାପତିତ୍ୱରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଓ ସମ୍ମାନିତ ଅତିଥି ଭାବରେ ସେଣ୍ଟ୍ରାଲ କୋ ଓପ୍ରେଟିଭ୍ ବ୍ୟାଙ୍କ୍ ଭବାନିପାଟଣା ଶାଖା ପରିଚାଳକ ଚନ୍ଦ୍ର ଧୱଜ ମଙ୍ଗରାଜ, ବ୍ଲକ୍ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ,
ଏଇଇ ସାଲକୋ ହେମ୍ବ୍ରମ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ୍ ସ୍ଵରେନ୍, ଏମଆଇ ବିଭୁ ରଞ୍ଜନ ସାହୁ, ରାଜେନ୍ଦ୍ର ନାରାୟଣ ଦେବ୍, ସମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ନାଏକଙ୍କ ସମେତ ବ୍ଲକ୍ ପ୍ରଶାସନ, ମହାବିଦ୍ୟାଳୟ ଅଧ୍ୟାପକ ପ୍ରମୁଖ ମଞ୍ଚଷିନ ଅତିଥି ଭାବେ ଯୋଗ ଦେଇଥିଲେ। ବରପ୍ରାପ୍ତ ଅଧକ୍ଷ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସଙ୍ଗୀତ ଧୁରୁଆ, ଶିକ୍ଷୟତ୍ରୀ ଲିପିଶ୍ରି ବାରିକ ଓ ଶିକ୍ଷକ ଟିପୁନ ମହାଳିକ ପରିଚାଳନା କରିଥିଲେ। ଚଳିତ ବର୍ଷ ଦଶମ ଏବଂ ଦ୍ଵାଦଶ ପରୀକ୍ଷାରେ ଭଲ ନମ୍ବର ରଖି ବିଦ୍ୟାଳୟର ନାମ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯାଉଛି। ପରେ ବିଦ୍ୟାଳୟର ଖେଳ ଶିକ୍ଷକ ଅନିରୁଦ୍ଧ ମୁଦୁଲି ଏବଂ ଆର୍ଟ ଶିକ୍ଷକ ପରମେଶ୍ବର ସାମଲଙ୍କ ମାର୍ଗଦର୍ଶନରେ ଛାତ୍ରୀଛାତ୍ରମାନେ ଓଡ଼ିଶୀ, ସମ୍ବଲପୁରୀ, ଦେଶ ଭକ୍ତି ଆଦି ନୃତ୍ୟ ପରିବେଷଣ କରିଥିଲେ।

ଯାହାକି ବେଶ ଚିତାକର୍ଷକ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ମୁକେଶ ସାହୁ, ସିଦ୍ଧେଶ୍ବର ଭୋଇ, ପ୍ରଦୀପ କୁମାର ନାଗ, ସଂଜୀବ କୁମାର ଭୋଇ, କିରାଣୀ ଲୋହିତ କୁମାର ନାଗ , ଶିକ୍ଷୟତ୍ରୀ ଶେଫାଳି ତନ୍ତି, ସଂଜୀବ କୁମାର ଭୁଏ, ଦେବବ୍ରତ ଦାସ, ବିଶ୍ବନାଥ ହେମ୍ବ୍ରମ, ଆଲୋକ କୁମାର ମହନ୍ତ, ରଣଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କ୍ଷୀରସିନ୍ଧୁ ଲୁହାର ଧନ୍ୟବାଦ ଅର୍ପଣ କରିଥିଲେ ।
