ଓଡ଼ିଆ ସିନେମା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅସୁସ୍ଥ।
ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଗୁରୁତର ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି। ତେବେ ଉଚ୍ଚମାନର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ତାଙ୍କର ଲିଭର ପ୍ରତିରୋପଣ ହେବ। ହେଲେ ଚିକିତ୍ସା ଲାଗି ତାଙ୍କୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।
ଏଣୁ ତାଙ୍କୁ ସହାୟତାର ହାତ ବଢ଼ାଇବାକୁ ସୋସିଆଲ ମିଡିଆରେ ପରିବାର ଏବଂ ଶୁଭେଚ୍ଛୁ ନିବେଦନ କରିଛନ୍ତି।୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହେବ ବୋଲି ଡାକ୍ତର କହିଛନ୍ତି।
ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ୍ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଓଡ଼ିଆ ସିନେଜଗତର କଳାକାରମାନେ ମଧ୍ୟ ଦୁଖିତ ହେବା ସହ ତାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।