ଓଡିଶା ବିଜେପି କୃଷକମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

କେନ୍ଦୁଝର:ଓଡିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ବଜେଟ ଅଧିବେଶନ ରେ ଧାନ କୁଇଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା । ଓଡିଶାର ସମସ୍ତ ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାର ଅର୍ଥ ବ୍ୟବସ୍ଥା, ପି.ଏମ.କିସାନରେ ସହରାଞ୍ଚଳର ଚାଷୀ ମାନଙ୍କୁ ସାମିଲ କରିବା ସହିତ ଓଡିଶାର ୬ ଲକ୍ଷ ଚାଷୀ କୁଂ ସାମିଲ କରିବା, ଉଠା ଜଳସେଚନ ମାଧ୍ୟମରେ ଚାଷ ଜମି କୁ ଜଳ ସେଚିତ କରିବା ପାଇଁ ବ୍ୟବସ୍ଥା। ସମସ୍ତ ଗ୍ରାମାଞ୍ଚଳରେ ପନିପରିବା ମଣ୍ଡୀ ଖୋଲିବା ର ବ୍ୟାପକ ବ୍ୟବସ୍ଥା କରିଥିବାରୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଓଡିଶା ର ଶତାଧିକ ଚାଷୀ ନେତା ମାନେ ଭୂବନେଶ୍ବର ରାଜ୍ୟ ଅତିଥି ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମିଠାଇ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ।

ତତସହିତ ଓଡ଼ିଶାର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଧନ୍ୟବାଦ ଉପସ୍ଥିତ ଚାଷୀ ନେତା ମାନେ ନାରା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ହଳପାଣି ମାଝୀ.,ହୃଷୀକେଶ ଜେନା, ରାଜ୍ୟ ସଂଯୋଜକ ଶ୍ରୀ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପରାଉ ହେମ୍ବ୍ରମ, ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀ ବିଶୂଜୀତ୍ ସ୍ୱାଇଁ, କାର୍ଯ୍ୟାଳୟ ସଂପାଦକ ଶ୍ରୀ ସତ୍ୟବାଦୀ ଚଇନି, ଶ୍ଵେତ ଦୋରା, ଜଗନ୍ନାଥ ମହାପାତ୍ର, ପ୍ରଦୀପ କୁମାର ସାହୁ, ସଞ୍ଜବ୍ ରଣା, କୌଶିକ ଚାନ୍ଦ, ବୌରାଗୀ ବେହେରା, ପାଣ୍ଡବ ଧଲ, ସୁରଥ କୁମାର ସେଠୀ, ଶ୍ରୀଧର ପ୍ରଧାନ, ଉପେନ୍ଦ୍ର ରାଉଲ, ଶକଂର୍ଶଣ ଜେନା, ଅଜୟ କୁମାର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମଦନ ମୋହନ ପ୍ରଧାନ, ପ୍ରଶାନ୍ତ କୁମାର ସ୍ୱାଇଁ, ସନ୍ତୋଷ କୁମାର ଜେନା, ସନ୍ତୋଷ କୁମାର ବିଶ୍ଵାଳ, ତାପସ କୁମାର ଜେନା, ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ନନ୍ଦିନୀ ଶତପଥୀ, ଜୟ ଲକ୍ଷ୍ମୀ ମହାନ୍ତି, ବନ୍ଦନା ଦାସ କାନୁନଗୋ, ଗୀତାଞ୍ଜଳି ଅପା ପ୍ରମୁଖ କଂ ସମେତ ଶତାଧିକ ଚାଷୀ ନେତୃବୃନ୍ଦ ଉପସ୍ଥିତ ଥିଲେ।