ଓଡିଶା ରାଜ୍ୟରେ ସମବାୟ ବିଭାଗର କୃଷି ସେବା ସମବାୟ ସମିତି, ସମବାୟ ଲ୍ୟାମ୍ପସ

ଓଡିଶା ରାଜ୍ୟରେ ସମବାୟ ବିଭାଗର କୃଷି ସେବା ସମବାୟ ସମିତି, ସମବାୟ ଲ୍ୟାମ୍ପସ, ସମବାୟ ବ୍ୟାଙ୍କ ସବୁ ବିଜେଡି ନବୀନ ପଟ୍ଟନାୟକ ଶାସନରେ ଚାଷୀ ମାନଙ୍କ ନାମ ରେ ଜାଲିଆତି ଓ ହେରଫେର କରି ହଜାର ହଜାର ଚାଷୀ ମାନଙ୍କ ଅଗୋଚରରେ କୃଷି ରୂଣ କରି କୋଟି କୋଟି ଟଙ୍କା ହଡପ କରାଯାଇଥିବାର ଏବେ ଗୋଟାକ ପରେ ଗୋଟେ ଅଭିଯୋଗ ସାମ୍ନାକୁ ଆସୁଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପୂଆ କୃଷି ସେବା ସମବାୟ ସମିତି ରେ ମୃତ ଚାଷୀ ଗରିବ ସାହୁ ଓ ବିକଳାଙ୍ଗ ଚାଷୀ ରାଜୁ ପ୍ରଧାନ, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ପଡାଗଂ ସେବା ସମବାୟ ସମିତି ର ସିନ୍ଦୁରିଆ ଗ୍ରାମର ଚାଷୀ ମଧୁସୂଦନ ନାୟକ ଓ ପଡାଗଂ ଗ୍ରାମ ର ଆଦିବାସୀ ଚାଷୀ ଚାମୁରୁ ମୁଣ୍ଡା ପ୍ରମୁଖ ଙ୍କ ନାମରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ସମ୍ପୃକ୍ତ ଚାଷୀ ମାନେ ପୋଲିସ ଏବଂ ଉଚ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରେ କରିଛନ୍ତି। ବିଗତ ବିଜୁ ଜନତା ଦଳ ସରକାର ସମୟ ରେ ସାରା ରାଜ୍ୟରେ ସେବା ସମବାୟ ସମିତି ମାନଙ୍କ ରେ ବ୍ୟାପକ ଭାବେ ଚାଷୀ ମାନଙ୍କ ନାମ ରେ ଜାଲିଆତି କରି କୋଟି କୋଟି ଟଙ୍କା ର ହଜାର ହଜାର ଚାଷୀ କୃଷି ରୂଣ ଘୋଟାଲା ର ଶିକାର ହୋଇଛନ୍ତି। ବିଜେଡ଼ି ସରକାର ସମୟରେ କୃଷି ମନ୍ତ୍ରୀ କଂ କଟକ ଜିଲ୍ଲା ଆଠଗଡ ସବଡିଭିଜନର ଗୁରୁଡିଝାଟିଆ ସେବା ସମବାୟ ସମିତି ଓ ନୟାଗଡ଼ ଜିଲ୍ଲା କୁରାଳ ସେବା ସମବାୟ ସମିତି ପ୍ରମୁଖ ରେ ଚାଷୀ ମାନଙ୍କ ନାମ ରେ ଜାଲିଆତି କରି କୋଟି କୋଟି ଟଙ୍କା ହଡ଼ପ ହେଇଥିବା ଅଭିଯୋଗ ହେଇଥିଲା କିନ୍ତୁ ସେତେବେଳକାର ବିଜେଡ଼ି ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ବିଜେଡ଼ି ସରକାର ସମୟରେ ସେବା ସମବାୟ ସମିତି ଗୁଡିକ ଦୁର୍ନୀତି ଭ୍ରଷ୍ଟାଚାର ସହିତ କୃଷି ରୂଣ ରେ ବ୍ୟାପକ ଜାଲିଆତି ର ପେଣ୍ଠସ୍ଥଳୀ ପାଲଟିଥିଲା ବେଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି ସବୁ ଜାଲିଆତି ଭଷ୍ଠ୍ରାଚାର ର ରାଜ୍ୟ ସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଭେଟି ଆଲୋଚନା କରିବା ସହିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ ଓ ସୂର୍ଯ୍ୟ ନାରାୟଣ ମହାପାତ୍ର , ରାଜ୍ୟ ସଂପାଦକ ଶ୍ରୀ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, ଶ୍ରୀ ସନ୍ତୋଷ କୁମାର ବିଶ୍ବାଳ, ବିକ୍ରମ କେଶରୀ ରାଉତ, ଉପେନ୍ଦ୍ର କୁମାର ରାଉଳ, ସୁରଥ ସେଠୀ, ସନ୍ତୋଷ କୁମାର ଜେନା, ସୁଦର୍ଶନ ବିଶ୍ବାଲ, ଅଜୟ କୁମାର ସ୍ଵାଇଁ , ଭାଗିରଥି ସିଂ ,ଦୁର୍ଯ୍ୟୋଧନ ମହାନ୍ତ, ଶ୍ରୀନିବାସ ପ୍ରଧାନ, ଅଶୋକ କୁମାର ପୃଷ୍ଟି, ନବକୃଷ୍ଣ ଦନ୍ତା,ବାବୁଲୁ ବିଶି, ଜନାର୍ଦ୍ଦନ ଖମାରୀ, ଶିବ ମିଶ୍ର, ସୁଶ୍ରୀ ଜୟ ଲକ୍ଷ୍ମୀ ମହାନ୍ତି , ଶ୍ରୀମତୀ ପୂର୍ଣିମା ଦାଶ, ପ୍ରମୁଖ ସାମିଲ ହୋଇଥିଲେ।