ଓଡିଶା ରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ର ଶୁଭାରମ୍ଭ ।

ବରଗଡ: ୨୦/୧୧/୨୦୨୪;- ବରଗଡ ଜିଲ୍ଲା ଅନ୍ତର୍ଗତ କଲାପାଣି ଧାନମଣ୍ଡୀ, ଅତାବିରା ଧାନମଣ୍ଡୀ ଓ ଗୋଡଭଗାଂ ଧାନମଣ୍ଡୀ ପ୍ରଭୃତି ରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରିଛନ୍ତି। ତାଙ୍କ ସହିତ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବରଗଡ ବିଧାୟକ ଶ୍ରୀମାନ ଅଶ୍ୱନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀମାନ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅରୁପାନନ୍ଦ ସାହୁ, ବରିଷ୍ଠ ବିଜେପି ନେତା ସୌରୀ ଚରଣ ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ ଓ ହଲପାଣି ମାଝୀ, ରାଜ୍ୟ ସଂଯୋଜକ ମଧୁସୂଦନ ଶର୍ମା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଯଶୋବନ୍ତ ସେଠ,ସୁକାନ୍ତ କୁମାର ଦାସ, ସୁରୋଶୂର ଶତପଥୀ, ସୁରେନ୍ଦ୍ର ସ୍ୱାଇଁ, ଶେଖର ପ୍ରଧାନ, ରାଜ ଅଗ୍ରୱାଲ, ଦେବାଶିଷ ପ୍ରଧାନ, ଲବ ମେହେର୍, ରବିନାରାୟଣ ଦାସ, ଅପୂର ମଲ୍ଲିକ, ନିର୍ମଲ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ହରିହର ପ୍ରଧାନ, ସଞ୍ଜୟ କୁମାର ଉପାଧ୍ୟାୟ, ସଙ୍ଗୀତ ଭୋଇ, ଦିବ୍ୟ ଭୋଇ, ପ୍ୟାରୀ ସାହୁ, ସତ୍ୟନାରାୟଣ କ୍ରଣଁ, ଲିଂଗରାଜ ଥାଟ, ବିକାଶ ଶର୍ମା, ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।