ଓଡିଶା ରେ ୨୮ରୁ ଖୋଲିବ ଅଙ୍ଗନୱାଡ଼ି
କରୋନା କାରଣରୁ ସ୍କୁଲ କଲେଜ ସବୁ ବନ୍ଦ ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି ମଧ୍ୟ ବନ୍ଦ ରହିଥିଲା । ବର୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଆଗାମୀ ୨୮ ତାରିଖରୁ ପିଲାଙ୍କ ପାଇଁ ରାଜ୍ୟରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ସକାଳ ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ପିଲାମାନେ ପାଠପଡ଼ିବେ । କରୋନା କଟକଣା ମାନିବା ସହିତ ପିଲାମାନଙ୍କର ପାଠପଢ଼ା ହେବ ।