ଓପନ୍ ନେସନାଲ୍ ତାଇକୋଣ୍ଡୋରେ ଥୁଆମୂଳ ରାମପୁରର କୁନି ଝିଅ ଚମ୍ପିୟାନ I
ଥୁଆମୂଳ ରାମପୁର ୧୨/୧୧(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଥୁଆମୂଳ ରାମପୁର ବ୍ଲକର ଜାମଗୁଡା ଗ୍ରାମର ଖଗେଶ୍ବର ନାଏକଙ୍କ ଝିଅ ପ୍ରୟାସୀ ନାଏକ। ଗତ ୮ ଓ ୯ ତାରିଖ ନଭେମ୍ବର ରେ ବ୍ରହ୍ମପୁର ସ୍ଥିତ ନିସ୍ତ୍ ୟୁନିଭର୍ସିଟି ର ଇନ୍ଦୋର ଷ୍ଟାଡିୟମ୍ ଠାରେ ଆୟୋଜିତ ୬ ବର୍ଷରୁ କମ ଓପନ୍ ନେସନାଲ୍ ତାଇକୋଣ୍ଡୋ ଚମ୍ପିୟାନ- ୨୦୨୫ ରେ ଭାଗ ନେଇ ଗୋଲ୍ଡ ମେଡାଲ୍ ପାଇ ଚମ୍ପିୟାନ ହୋଇଛନ୍ତି ପ୍ରୟାସୀ। କୁନି ଝିଅର ଏହି ସଫଳତା ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳୁଥିବା ବେଳେ ଥୁଆମୂଳ ରାମପୁର ପାଇଁ ଗର୍ବ ଓ ଗୌରବ ବୋଲି ତାଙ୍କ ବାପା ଖଗେଶ୍ବର ଗଣମାଧ୍ୟମ ଆଗରେ ଏହି ଖୁସି ବାଣ୍ଟିଛନ୍ତି । ଆହୁରି କହିଛନ୍ତି କି ଜୀବନରେ କୌଣସି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ଥର ଗୋଲ୍ଡ ମେଡାଲ ପାଇବା ପାଇଁ ଯୋଗ୍ଯ ବିବେଚିତ ହୋଇଥିବା ବିରଳ କୃତିତ୍ବ ବୋଲି କୁହାଯାଇପାରେ ଏଣୁ ସମଗ୍ର ବ୍ଲକ ବସି ଆମେ ଖୁସି ଅନୁଭବ କରିବା ଉଚିତ୍ ବୋଲି କହିଛନ୍ତି l

ତେବେ ପ୍ରୟାସୀ ଭବାନିପାଟଣାର ସ୍ଥିତ ଆର୍.ଟାଇଗର ତାଇକୋଣ୍ଡୋ ଫେଡରେଶନ ଠାରେ ଟ୍ରେନର ଯାଦବ ଏଵଂ କୋଚ ରବୀନ୍ଦ୍ର କୁମାର ସାହୁଙ୍କ ଠାରୁ ପ୍ରଶିକ୍ଷଣ ନେଇ କଳାହାଣ୍ଡି ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ବ କରିଥିବା ବେଳେ ସେ ଏହି ଓପନ୍ ନେସନାଲ୍ ତାଇକୋଣ୍ଡୋ ଚମ୍ପିୟାନ- ୨୦୨୫ ରେ ଗୋଲ୍ଡ ମେଡାଲ୍ ପାଇ ଚମ୍ପିୟାନ ହୋଇ ଉପସ୍ଥିତ ଅନେକ ମାନ୍ୟ ଗନ୍ୟ ଅତିଥିଙ୍କ ଠାରୁ ସ୍ଵର୍ଣ୍ଣ ପଦକ ଏବଂ ମାନପତ୍ର ପାଇ ସମ୍ମାନିତ ହୋଇଥିବାରୁ ପ୍ରୟାସୀ ତଥା ତାଙ୍କ ପରିବାରକୁ ବ୍ଲକ ର ବିଭିନ୍ନ ମହଲରୁ ପ୍ରଶଂସା ସହ ଅଭିନନ୍ଦନର ସ୍ଵ” ଛୁଟୁଥିବା ଜଣାପଡିଛି । ଏହି ପ୍ରତିଯୋଗିତାରେ ପ୍ରୟାସୀ ନାଏକଙ୍କ ସମେତ କଳାହାଣ୍ଡି ଜିଲ୍ଲାରୁ ୬୪ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲା ବେଳେ ଅନ୍ୟାନ୍ୟ ଜିଲ୍ଲା ତଥା ବ୍ଲକ ରୁ ମଧ୍ୟ ପାଖାପାଖି ୩୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l