କଏଦୀଙ୍କ ପାଇଁ ଦୁର୍ଗାପୂଜାରେ ମିଳିବ ମଟନ ବିରିୟାନୀ ।

ଜେଲ୍ ଅନ୍ତେବାସୀ ବା କଏଦୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ପଶ୍ଚିମ ବଙ୍ଗ ସରକାର । ଏଥର ପୂଜାର ଜେଲ୍ ଅନ୍ତେବାସୀଙ୍କ ପାଇଁ ସ୍ପେଶାଲ ମେନ୍ୟୁ ତିଆରି ହୋଇଛି । ଏହି ନୂଆ ମେନ୍ୟୁ ଅନୁଯାୟୀ ଅଷ୍ଟମ, ନବମୀ ଓ ଦଶମୀରେ ଜେଲ ଅନ୍ତେବାସୀଙ୍କୁ ପରସା ଯିବ ସ୍ୱତନ୍ତ୍ର ବ୍ୟଞ୍ଜନ । ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ସମୟରେ ଏହି ସ୍ୱତନ୍ତ୍ର ବ୍ୟଞ୍ଜନର ସ୍ୱାଦ ପାଇବେ ଜେଲ ଅନ୍ତେବାସୀ ।ଜେଲ ଅନ୍ତେବାସୀଙ୍କ ସପ୍ତମୀ ଅଷ୍ଟମୀ ଓ ନବମୀରେ ମଟନ ବିରିୟାନୀ ସହ ମିଳିବ ଚିକେନ ତରକାରୀ । ଖାଲି ସେତିକି ନୁହେଁ ବିରିୟାନୀ ଓ ଚିକେନ ସହ ମାଛ ପୋଇ, ବାସନ୍ତି ପଲଉ ଓ ପାଏସ ବ୍ୟବସ୍ଥା ବି ହୋଇଛି । ତେବେ ସବୁ ଜେଲ୍ ପାଇଁ ଏହା ଉଦ୍ଦିଷ୍ଟ ହେବନାହିଁ । କେବଳ ବିଚାର ବିଭାଗୀୟ ହାଜତରେ ଥିବା ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ସବୁ ବ୍ୟଞ୍ଜନ ଜେଲରେ ରୋଷେୟା ଭାବରେ କାର୍ଯ୍ୟ କରୁଥିବା ଅନ୍ତେବାସୀ ପ୍ରସ୍ତୁତ କରିବେ । ଅକ୍ଟୋବର ୯ ତାରିଖରୁ ଅକ୍ଟୋବର ୧୨ ତାରିଖ ଯାଏଁ ଉଭୟ ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ସମୟରେ ପରସା ଯିବ ପୂଜା ସ୍ପେଶାଲ ଆଇଟମ ।