କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ବିବାଦ ମାମଲା ।
ପ୍ରେସ୍ ମିଟ୍ ଜରିଆରେ ଶ୍ରୀୟା ମିଶ୍ର ତାଙ୍କ ସହିତ ଘଟିଥିବା ସମସ୍ତ ଘଟଣା ବିଷୟ ରେ କହିଲେ। ଯେ ମୋତେ ମେଣ୍ଟାଲି ଓ ଫିଜିକାଲି ଟଚର୍ କରିଛନ୍ତି । ମାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଝିଅ ଜନ୍ମ ପରେ ନିର୍ଯାତନା ଦିଆଯାଉଥିଲା। ଏହା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ରହୁଥିଲା। ସହିବାର ଗୋଟେ ସୀମା ଅଛି। ଯେତେବେଳେ ଅତ୍ୟଧିକ ନିର୍ଯାତନା ହେଲା, ମୁଁ ଥାନାର ଦ୍ବାରସ୍ଥ ହେଲି। ହ୍ୟୁମାନ ମୋ ମୁହଁକୁ ଓ ଶରୀରର ଅନ୍ୟ ଜାଗାକୁ ମାଡ଼ ମାରୁଥିଲେ। ଅତ୍ୟଧିକ ମଦ୍ୟପାନ କରି ଏଭଳି କରୁଥିଲେ ହ୍ୟୁମାନ।
ହ୍ୟୁମାନ ଯେତେବେଳେ ମଦ୍ୟପାନ କରନ୍ତି । ମୁଁ ତାକୁ ବାରଣ କରୁଥିବାରୁ ସେ ମୋତେ ମାଡ଼ ମାରନ୍ତି। ମୋତେ ସିନ୍ଦୂର, ଟିକିଲି ଲଗାଇବା ପାଇଁ ବାରଣ କରାଯାଇଥିଲା । ତାଙ୍କ ଧର୍ମରେ ଏହା ନଥିବାରୁ ମତେ ବାରଣ କରାଯାଇଥିଲା। କିନ୍ତୁ ଏହାକୁ ନେଇ ଶାଶୁ ନିର୍ଯାତନା ଦେଉନଥିଲେ। କେବଳ ହ୍ୟୁମାନ ସାଗର ମୋତେ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଝିଅକୁ ସ୍ନେହ ମମତା ଦିଅନ୍ତିନି। ପାରିବାରିକ ଜୀବନରେ ସେ କେବେ ବି ବାପା ହିସାବରେ ଦାୟିତ୍ଵ ତୁଲାଇ ନାହାନ୍ତି ।
ତେଣୁ ମୁଁ ଚାହୁଁଛି ଆମ ଦାମ୍ପତ୍ୟ ଜୀବନରେ ଆପୋଷ ସମାଧାନ ହେଉ। ଗତ ପାଞ୍ଚବର୍ଷ ହେବ ଆପୋଷ ସମାଧାନ ପାଇଁ ମୁଁ ଉଦ୍ୟମ କରୁଥିଲି। ମୁଁ କେବେ ଚାହେଁନି ଘରର କଳି ବାହାରକୁ ଯାଉ। ଏପର୍ଯ୍ୟନ୍ତ ହ୍ୟୁମାନ ଓ ତାଙ୍କ ପରିବାର ପକ୍ଷରୁ ଫୋନ୍ ଆସିନାହିଁ । ପବ୍ଲିକ ସିମ୍ପାତି ପାଇଁ ହ୍ୟୁମାନ ଏଭଳି କରିପାରିଥାନ୍ତି। ଆମ ପରିବାର ପକ୍ଷରୁ ଆମେ କମ୍ପ୍ରମାଇଜ୍ ପାଇଁ ପ୍ରସ୍ତୁତ ଥିଲେ ହେଁ ସେମାନେ ବୋଧହୁଏ ଏହା ଚାହୁଁ ନାହାନ୍ତି। କେବଳ ଗଣମାଧ୍ୟମ ଆଗରେ ଏଭଳି କମ୍ପ୍ରମାଇଜ୍ କଥା କହୁଛନ୍ତି ।