କମିପାରେ ପେଟ୍ରୋଲ୍-ଡିଜେଲ୍ ଦାମ୍
ଋଷିଆନ୍ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍ ଦେଉଛନ୍ତି । ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍ ଠାରୁ ୨୫ରୁ ୨୭ ପ୍ରତିଶତ କମ୍ରେ ବିକ୍ରି କରିବାକୁ ଅଫର୍ ଦେଉଛନ୍ତି ।
ୟୁକ୍ରେନ୍ ଆକ୍ରମଣକୁ ନେଇ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ସ୍ୱିଫ୍ଟକୁ ଋଷ୍ରୁ ହଟାଇ ଦିଆଯାଇଛି । ଯାହା ଫଳରେ ଅନ୍ୟ ଦେଶ ସହ ବ୍ୟବସାୟ କରିବା ଋଷ୍ ପାଇଁ କଠିନ ହୋଇପଡ଼ିଛି । ଋଷ୍ ସରକାର ଏଥିପାଇଁ ବିକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯଦି ଋଷ୍ର ଏହି ପ୍ରୟାସ ସଫଳ ହୁଏ ତେବେ ଭାରତ ସହ ଋଷ୍ର ତୈଳ ବ୍ୟାପାର ବୃଦ୍ଧି ହେବ ।