କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ୍। ସେ ହୃଦଘାତର ଶିକାର ।।
ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା ।
ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସୂତ୍ରରୁ ପ୍ରକାଶ ଯେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି।
ଅସୁସ୍ଥତା ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକଙ୍କ କୋଟି କୋଟି ନିରାଶାରେ ଅଛନ୍ତି ଏବଂ ସମସ୍ତେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।