କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ କାଣିଗୁମା ଠାରେ ବାଲ ମେଳା ୨୦୨୪ ଅନୁଷ୍ଠିତ I
ଥୁଆମୂଳ ରାମପୁର,୨୩I୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କାଣିଗୁମା ଠାରେ କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ଶନିବାର ବାଲ ମେଳା ୨୦୨୪ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର କାଣିଗୁମା ଖଣ୍ଡୁଆଲ ପଡିଆଠାରେ ଆୟୋଜିତ ଏହି ଶିଶୁ ମହୋତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ କୁ କାଣୀଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀ ଉଦଘାଟନ କରିବା ସହ ଶତାଧିକ ଶିଶୁ ମାନଙ୍କୁ ଧରି ଏକ ମଶାଲ ଶୋଭାଯାତ୍ରା ର ଆୟୋଜନ କରିଥିଲେ । ଏହି ଶିଶୁ ମହୋତ୍ସବ ରେ କାଣୀଗୁମା ଓ ଥୁଆମୂଳ ପଞ୍ଚାୟତ ର ମର୍ଦିଗୁଡ଼ା, ଭଟାଗୁଡ଼ା, କରାଙ୍ଗ, ଜବାଙ୍ଗ, ଲାଠୀଆଗୁଡ଼ା, ଧୁଲିଗୁଡ଼ା, ତରାଗାଁ, ଟେଭାମହୁଲ, ଜଟାଙ୍ଗପଡ଼ା, ଧିଲିଗୁଡା, ଅମଠା ଗୁଡ଼ା, ଆଦି ଗ୍ରାମର ଶତାଧିକ ଶିଶୁ ଅଂଶଗ୍ରହଣ କରି ଭଲି ବଲ, ବ୍ୟାଡମିଣ୍ଟନ, ଚିତ୍ରାଙ୍କନ, ହାଣ୍ଡିପିଟା, ନାଚ, ଗୀତ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l

ଭଲି ବଲ୍ ଖେଳରେ ବିଜେତା ହୋଇଥିବା ଭଟଗୁଡ଼ା ଗ୍ରାମର ରେଣ୍ଡୋମାଝୀ ଶିଶୁ ସଂଘ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଠାରୁ ପୁରସ୍କୃତ କରିଥିବା ସହ ଅନ୍ୟାନ୍ୟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ସହ ଏକ କପ୍ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ ପଟ୍ଟନାୟକ , ପ୍ରୋଜେକ୍ଟ ଡାଇରେକ୍ଟର ରାଜେଶ୍ ପଟ୍ଟନାୟକ, ପ୍ରୋଗ୍ରାମ ମ୍ୟାନେଜର ସନ୍ତୋଷ କୁମାର ଦାସ, ସଂଯୋଜକ ସୁଦର୍ଶନ ନାଏକ, ଅମିତ୍ ନାୟକ, ଆଲୋକ ପ୍ରଧାନ, ଜ୍ୟୋତ୍ସ୍ନା ବାଗ, ପ୍ରତିମା ନାଏକ, ତଥା ଅନୁଷ୍ଠାନ ର ହରେକୃଷ୍ଣ ନାଏକ, ତୁଳସୀ ମାଝୀ, ମମତା ନାଏକ, ଭବାନୀ ରାଉତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କାଣିଗୁମା ସରପଞ୍ଚ ଧ୍ରୁବ କାନ୍ତ ମାଝୀ, ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ବେଣୀ ମାଝୀ କାଣିଗୁମା ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧକ୍ଷ ଶିବଶଙ୍କର ରାଏ ଓ ଉପେନ୍ଦ୍ର ନାଏକ ଅଂଶ ଗ୍ରହଣ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ବନ ପାହାଡ଼ ଘେରା ଏହି ଅଞ୍ଚଳ ପାଇଁ କର୍ତ୍ତବ୍ୟ ଅନୁଷ୍ଠାନ ଶିଶୁମାନଙ୍କୁ ନେଇ ଏହିଭଳି କାର୍ଯ୍ୟକ୍ରମକୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାପଡିଛି l