କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି : ଏଥର ହେବ ଆକର୍ଷଣୀୟ, ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ଥୁଆମୂଳ,ରାମପୁର,୧୬/୧୨-(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାରକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ ‘ଘୁମୁରା’ l ଏଣୁ ଏହାର ପ୍ରଚାର ପ୍ରସାର ଏବଂ ଜିଲ୍ଲା ସାଂସ୍କୃତିକ କମିଟିର ସମ୍ମତି କ୍ରମେ କେମିତି ଉତ୍ସବ ଆୟୋଜନ କରାଯିବା ସେନେଇ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭା ଗୃହ ଠାରେ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ୨୮ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଅଧିକ ଆକର୍ଷଣୀୟ ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଓ ବ୍ଲକ ଅଧକ୍ଷ ମାଝୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆସନ୍ତା ଜାନୁଆରୀ ୬ ଓ ୭ ତାରିଖ ମଙ୍ଗଳବାର ଏବଂ ବୁଧବାର ଦିନରେ ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡିଆଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଣୁ ଏହାର ପରିଚାଳନା ପାଇଁ ବ୍ଲକ ସ୍ତରୀୟ କମିଟି, ଉପ ବିଭାଗୀୟ କମିଟି, ମଶାଲ ଯାତ୍ରା କମିଟି, ଅତିଥି ସମ୍ବର୍ଦ୍ଧନା କମିଟି, ମଞ୍ଚ ସାଜସଜ୍ଜା କମିଟି, ସାଂସ୍କୃତିକ ନୃତ୍ୟ / ଦଳ ପରିଚାଳନା କମିଟି, ଖାଦ୍ୟ ବିଭାଗ କମିଟି, କ୍ରୀଡା କମିଟି, ଅର୍ଥ ପରିଚାଳନା କମିଟି ଭଳି ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ତହସିଲଦାର ସନାତନ ମହାରଣା, ଏଇଇ ସାଲ୍କୁ ହେମ୍ବ୍ରମ, ବିଏସଏସଓ ସୁନାରାମ ସ୍ଵରେନ୍, ଏମଆଇ ବିଭୂରଞ୍ଜନ୍ ସାହୁ, ଏପିଓ ଭକ୍ତ ସେଠି, ଆରଏଚ ରାଜେନ୍ଦ୍ର ନାରାୟଣ ଦେବ, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରା, ଯନ୍ତ୍ରୀ ପ୍ରତାପ ସାହୁ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳୀ ନାଏକ, ସରପଞ୍ଚ ସଂଘ ସଭାପତି ତଥା ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ, କାଣିଗୁମା ସରପଞ୍ଚ ଦୃବକାନ୍ତ ମାଝୀ, ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଚଳିତ ମାସ ଠାରୁ ଜାନୁଆରୀ ୫ ତାରିଖ ଭିତରେ ବ୍ଲକର ୨୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯିବା ନେଇ ବିଡ଼ିଓ ଶ୍ରୀ ମୁଦୁଲି ଗ୍ରାମପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚ ମାନଙ୍କୁ ନିବେଦନ କରିଥିବା ବେଳେ କିଛି ସରପଞ୍ଚ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରିପାରିବୁ ନାହିଁ ବୋଲି ରୋକଠକ ମୋନା କରିଥିଲେ l ତେବେ ଏଭଳି ଗ୍ରାମପଞ୍ଚାୟତ ସ୍ତରରେ ନିଜ ଅଞ୍ଚଳର ଲୁଆଇତ ପ୍ରତିଭାର ଅନ୍ଵିଷଣ ବା କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର କୁ କେମିତି ବଞ୍ଚାଇ ରଖିହେବ ବୋଲି ସେ ନେଇ କିଛି କଳା ପ୍ରେମୀ ତଥା ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଦେଇଛି l