କାଣିଗୁମା: ଖଣ୍ତୁଆଳ ମହୋତ୍ସବ ୨୦୨୫ ଅନୁଷ୍ଠିତ !
ଥୁଆମୂଳ ରାମପୁର,୦୭/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଗ୍ରାମ ଠାରେ ସୋମବାର ପବିତ୍ର କୁମାର ପୂର୍ଣ୍ଣମି ତିଥି ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାବା ଖଣ୍ଡୁଆଳ ଉତ୍ସବ କମିଟି ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି ଖଣ୍ତୁଆଳ ମହୋତ୍ସବ ୨୦୨୫ l

ଏଥିରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧକ୍ଷ ସତ୍ୟନାରାୟନ ମୁଣୁଛିନା, ସମ୍ମାନିତ ଅତିଥି ଭାବେ କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀ, ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧି ଉପେନ୍ଦ୍ର ନାଏକ, ବିଧାୟକ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଜେଡି ବ୍ଲକ୍ କାର୍ଯ୍ୟକାରୀ ସଭାପତି କୈଳାସ ପରିଚ୍ଛା, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାଏକ, କାର୍ଯ୍ୟକାରୀ ଯୁବ ସଭାପତି ପ୍ରଦୀପ ନାଏକ, ଥୁଆମୂଳ ଜିପି ସମିତି ସଭ୍ୟ ତଥା ବିଜେଡି ଜୋନ ସଭାପତି ଲାଲ ନାଏକ, ଯୁବନେତା ମାନସ ବାଗ, ଆଶୁତୋଷ ପୁରୋହିତ, ଶିବରାମ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ସଭା କାର୍ଯ୍ୟକୁ ଖଣ୍ଡୁଆଳ ପୂଜା କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ଖଣ୍ଡୁଆଳ ବାବାଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ପୂଜା କମିଟି ଓ ଗ୍ରାମବାସୀ ତଥା
କମିଟି ସମ୍ପାଦକ ରାମ ଚନ୍ଦ୍ର ପ୍ରାଧାନି, ବିକାଶ ସେଠୀ, ଅନୁଭବ ପ୍ରାଧନୀଙ୍କ ସହଯୋଗରେ ବାବାଙ୍କ ପର୍ବ ବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉତ୍ସବରେ ଭକ୍ତ ଓ ଶ୍ରଧାଳୁ ଙ୍କ ମନୋରଞ୍ଜନ ନିମନ୍ତେ ରାତ୍ରିରେ ବିଭିନ୍ନ ସାଂସ୍କୃତିକ ଦଳ ଯଥା
ଡାନ୍ସ ରେ ଶିବ ଚଣ୍ଡୀ ଗ୍ରୁପ୍ ଭବାନୀପାଟଣା, ଅନୁଷ୍କା ମାଝୀ ଓ ଗ୍ରୁପ୍ ଟେଭାମହୁଲ, ମେଘା ଧଙ୍ଗଡା ମାଝୀ ଓ ଗ୍ରୁପ୍ ଭବାନୀପାଟଣା, ଏମ.ଏମ.ଡି.ଜି ଡାନ୍ସ ଗ୍ରୁପ୍ ମୁଖିଗୁଡ଼ା, ସୀମା ଡାନ୍ସ ଗ୍ରୁପ୍ ରାମପୁର, ମା ବଣ୍ଡେଲ ମାଇଲି ଜୁନାଗଡ଼, ବିଜୟ ଦୁର୍ଗା ଡାନ୍ସ ଗ୍ରୁପ୍ କେନ୍ଦୁଗୁଡ଼ା ଯୋଗଦେଇ ତାଙ୍କ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିବା ବେଳେ ଝୁଟି ରେ ସ୍ବିଟି ପ୍ରଧାନୀ, ଆଦ୍ୟାଶା ପ୍ରାଧାନୀ, ବର୍ଷା ଦିଶାରି, ବବିତା ଧଙ୍ଗଡା ମାଝୀ ପ୍ରମୁଖ ଅଂଶଗ୍ରହଣ କରି ପ୍ରଥମ ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରି ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଖଣ୍ଡୁଆଳ ବାବା ହେଉଛନ୍ତି କାଣିଗୁମା ଗ୍ରାମର ଇଷ୍ଟ ଦେବତା ଭାବରେ ଆବାହନ କାଳରୁ ଗ୍ରାମବାସୀ ଓ ଅଞ୍ଚଳ ବାସୀ ପ୍ରତ୍ୟେକ ବର୍ଷ ଏମିତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ତାଙ୍କର ପାର୍ବଣ କରିଆସୁଛନ୍ତି। ସେମାନଙ୍କ ବିଶ୍ବାସ ରହିଅଛି ଯେ ବାବାଙ୍କ ସେବା ପୂଜା କରାଯାଏ ତେବେ ରୋଗପୋକ ଦାଉରୁ ରକ୍ଷା ପାଇବା ସହିତ ଗ୍ରାମ ଓ ଅଞ୍ଚଳର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି ତେବେ ଖଣ୍ଡୁଆଳ ବାବାଙ୍କ ଏହି ମହୋତ୍ସବ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଯାଇଛି ।