କାନ୍ତାରା ଏବେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଓସ୍କାର ଦୌଡ଼ରେ ସାମିଲ୍ ହୋଇଛି।

ଆଦିବାସୀ ସଂସ୍କୃତିକୁ ନେଇ ତିଆରି ହୋଇଥିବା ଏହି କନ୍ନଡ ଫିଲ୍ମ ବହୁତ କମ ବଜେଟ୍‌ ମାତ୍ର- ୯୦ କୋଟି ଟଙ୍କାରେ ନିର୍ମିତ ହୋଇଥିଲେ ବି ବିଶ୍ୱବ୍ୟାପୀ ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି।

ଫିଲ୍ମର ନିର୍ଦ୍ଦେଶନା, ଅଭିନୟ ଓ କାହାଣୀ ସବୁ ଖୁବ୍‌ ପ୍ରଶଂସନୀୟ ହୋଇଛି। ଆଉ ଏତେ ସଫଳତା ପାଇବା ପରେ ଫିଲ୍ମକୁ ନେଇ ଆଉ ଏକ ଖୁସୀ ଖବର ଶୁଣିବାକୁ ମିଲୁଛି। କାନ୍ତାରା ଏବେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଓସ୍କାର ଦୌଡ଼ରେ ସାମିଲ୍ ହୋଇଛି।

୨୦୨୩ ଓସ୍କାର ପୁରସ୍କାର ପାଇଁ ପୂର୍ବରୁ ରାଜା ମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ନାମାଙ୍କନ ଭରିଥିଲା। ଏବେ କାନ୍ତାରା ବି ପୁରସ୍କାର ପାଇଁ ଆବେଦନ କରିଛି। ଏନେଇ ଫିଲ୍ମର ପ୍ରଯୋଜନା ସଂସ୍ଥା ହୋମବାଲେ ପ୍ରଡକ୍ସନ(HOMBALE PRODUCTIONS) ପକ୍ଷରୁ ସୂଚନା ଦିଆଯାଇଛି।