କାର୍ଯ୍ୟକ୍ରମରେ ସୋନୁ ନିଗମଙ୍କୁ ଦୁର୍ବ୍ୟବହାର |

 ଚେମ୍ବୁରରେ ଏକ କାର୍ଯ୍ୟକ୍ରମ ସମୟରେ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଠାକରେ ଦଳର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସ୍ବପ୍ନିଲ୍‌ ଫାଟେରପେକର ସୋନୁ ନିଗମ ଓ ତାଙ୍କ ଟିମ୍‌ ସଦସ୍ୟଙ୍କୁ ଧକ୍କା ମାରିଥିବା ସୂଚନା ମିଳିଛି। ଏଥିରେ ସୋନୁ ତଳେ ପଡ଼ି ଯାଇଥିଲେ। ଘଟଣାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ଗାୟକଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କ ପୁଅ ସ୍ବପ୍ନିଲ୍‌ ଫାଟେରପେକରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଇପିସି ଧାରା ୩୪୧, ୩୨୩, ୩୩୭ ଅନୁଯାୟୀ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।