କିଏ ଖାଇଲା ଶ୍ରମିକଙ୍କ ଟଙ୍କା ?ବର୍ଷେ ହେଲା ପାଇନାହାନ୍ତି ପାରିଶ୍ରମିକ ପଇସା l
ଥୁଆମୂଳ ରାମପୁର,୦୨/୦୮-(ଦୁର୍ଗା କୀର୍ତ୍ତି):- ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବାକୁ ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଲା ଯୋଜନା ଏବେ ବାଟ ହୁଡୁଛି। କାରଣ କାମ କରିବାର ବର୍ଷ ବର୍ଷ ବିତି ଗଲେ ସୁଦ୍ଧା ମିଳୁନି ପାରିଶ୍ରମିକ l ଫଳରେ କିଏ ଦାଦନ ମୁହାଁ ହେଉଚି ତ ପୁଣି ଆଉ କିଏ ପାରିଶ୍ରମିକ ପାଇଁ ସରକାରୀ ବାବୁଙ୍କ ନିକଟରେ ନେହୁରା ହେଉଚି। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଲ ରାମପୁର ବ୍ଲକର ମାଓ ଅଧ୍ୟୁଷିତ କର୍ଲାପାଟ ପଞ୍ଚାୟତରୁ । ଲୋକଙ୍କ ହାତରେ ଜବକାର୍ଡ ହେଲେ ମନରେ ପ୍ରବଳ କ୍ଷୋଭ । କାରଣ କାମ କରିବି ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ସେ ପୁଣି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ବର୍ଷେ ହେଲା ମନରେଗା ଯୋଜନାରେ କାମ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ମିଳିନି । କର୍ଲାପାଟ ପଞ୍ଚାୟତର ଏ ହେଉଚି ଭେଜିଗୁଡ଼ା ଗାଁ ଆଉ ଏହି ଗାଁର ପ୍ରାୟ ୫୦ ଜଣ ଜବ କାର୍ଡ ହିତାଧିକାରୀ ପାରିଶ୍ରମିକ ପାଇ ନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ମାଧ୍ୟମରେ ଉକ୍ତ ଗାଁର ୫୦ ଜଣ ଶ୍ରମିକ ଗାଁନିକଟରେ ଥିବା ପାହାଡ଼ରେ ଗାତ ଖୋଳି ଥିଲେ। ହେଲେ କାମ କରିବାର ଆଜକୁ ଗୋଟିଏ ବର୍ଷା ବିତି ଯାଇଥିଲେ ସୁଦ୍ଧା ମଜୁରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ। ହେଲେ ସରକାରୀ ଦସ୍ତାବେଜ ଅନୁଯାୟୀ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁରେ କାମ ବାବଦ କୁ ଟଙ୍କା ଉଠାଣ ତଥ୍ୟ ସାମ୍ନାକୁ ଆସିଛି । ମନରେଗା ଯୋଜନାର ଦାଇତ୍ୱରେ ଥିବା ପଞ୍ଚାୟତ ଅଧିକାରୀ ବିଭିନ୍ନ ଲୋକଙ୍କ ନାଁରେ ନକଲି ଜବ କାର୍ଡ ପ୍ରସ୍ତୁତ କରି ସେହି ଆକାଉଣ୍ଟ ରେ ଟଙ୍କା ପୌଠ କରି ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା କୁ ଲୁଟ କରିଦେଇଛନ୍ତି ସରକାରୀ ବାବୁ।
ଏନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ ହେଡ୍କ୍ୱାଟର ପର୍ଯ୍ୟନ୍ତ ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଛନ୍ତି ଗରିବ ଦିନମଜୁରିଆ । ହେଲେ ମଧ୍ୟ ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ସତେ ଯେମିତି ଉତ୍ତର ଦାୟୀ ଥିବା ସରକାର ବାବୁଙ୍କ ପାଖରେ ସମୟ ହିଁ ନାହିଁ। ତେବେ ଏନେଇ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ ଲୋକଙ୍କ ନାଁରେ ନକଲି ଜବ କାର୍ଡ ପ୍ରସ୍ତୁତ କରି ସେହି ଆକାଉଣ୍ଟ ରେ ଟଙ୍କା ପୌଠ କରି ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା କୁ ହଡ଼ପ କରୁଥିବା କଥାକୁ ଖଣ୍ଡନ କରି କହିଲେ କି ମୁଁ ତୋ ଆଜି ପର୍ଯ୍ୟନ୍ତ କମ୍ପ୍ୟୁଟର କଣ ଜାଣି ନାହିଁ ଆଉ କେମିତି ମୁ ନକଲି କାଗଜ ପତ୍ର କରି ଏସୁ କାର୍ଯ୍ୟ କରିବି ବୋଲି କହିବା ସହ ଏହା ସମ୍ପୂର୍ଣ୍ଣ ମିଛ ଗ୍ରାମ ସାଥି ଆଉ ଗ୍ରାମ ଲୋକଙ୍କ ତାଳମେଳ ଠିକ୍ ନ ରହିବାରୁ ଏସବୁ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଲେ l ପରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଥିବା ବେଳେ ତଦନ୍ତ କରି ଏହାର ପଦକ୍ଷେପ ନେବା ସହ ସମସ୍ତ କାର୍ଯ୍ୟରତ ଶ୍ରମିକଙ୍କୁ ପାରିଶ୍ରମିକ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।