କିଏ ସେହି ଆଜାଦଭାଇ ! କଟକ ପୌର ନିର୍ବାଚନ ରେ ପୁଣି ମେୟର ଆସନ , ନା ଅଛି ଧନବଳ ନା ବାହୁବଳ
ଆଗାମୀ ଦିନରେ କଟକବାସୀଙ୍କୁ ସେବା ଯୋଗେଇଦବାକୁ ତ କେତେ ନେତା ଅଭିନେତା ଅଣ୍ଟା ଭିଡ଼ିଛନ୍ତି। ମିଡିଆ ତ କେତେ ନାଁ କହୁଛି।ହେଲେ ଯାହା ନାଁ ମିଡିଆରେ ପ୍ରାୟ ଚର୍ଚା ହଉନି ସେ ଲୋକଟା ହେଲା କିଏ ! ସିଏ ପୁଣି କଉଁ ଦଳର ! ତା’ର ଲକ୍ଷ କଣ ? କଣ ପାଇଁ ସିଏ ମେୟର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ! ଅନେକଙ୍କ ମନରେ ଆଜି ୟେ ପ୍ରଶ୍ନ।

ଆଜାଦଭାଇ। ଗରୀବ ଖଟିଖିଆଙ୍କ ଭାଇ ଆଜାଦଭାଇ !ଗଛମୁଳେ ବସି କଟକବାସୀଙ୍କ ପାଇଁ ଚିନ୍ତା କରୁଥୁବା ଦରଦୀ ମଣିଷଟା ଆଜାଦଭାଇ।ବସ୍ତିରେ ବୁଲି ବୁଲି ଲୋକଙ୍କ ସେବା କରୁଥୁବା ଳୋକଟା ଆଜାଦଭାଇ।ବିକାଶ ଭବନ ବାରଣ୍ଡାରେ ବସି ଲୋକଙ୍କୁ ସାହାଯ୍ୟ କରୁଥୁବା ଲୋକଟା ଆଜାଦଭାଇ! ଜଜପଠା ଆଦିବାସୀ ବସ୍ତିରେ ଆଦିବାସୀଙ୍କ ମେଳରେ ନାଚୁଥୁବା ଲୋକଟା ଆଜାଦଭାଇ! ରତ୍ନଭଣ୍ଡାର ଚାବି ଖୋଜା ଅଭିଯାନରେ ଆମମାନଙ୍କ ମନୋବଳକୁ ସୁଦୃଢ କରୁଥୁବା ଲୋକଟା ଆଜାଦଭାଇ।

ବସ୍ତି ଭିତରେ ଗୋଟେ କୁଡ଼ିଆ ଘରେ ବସି ନାଲି ଚା’ ଗିଲାସେ ହାତରେ ଧରି ସୁଖ ଦୁଃଖ ହଉଥୁବା ଲୋକଟା ଆଜାଦଭାଇ! ପାଣିରେ ଭାସୁଥୁବା ଲୋକଟା ଆଜାଦଭାଇ।କେତେବେଳେ ଭଙ୍ଗା ସାଇକେଲ୍ ଖଣ୍ଡେ ତ ଆଉ କେତେବେଳେ ଧତରା ମଟର ସାଇକେଲଟେ ଚଲେଇ ୟେ ବସ୍ତିରୁ ସେ ବସ୍ତିକୁ ଅହରହ ଧାଉଁଥୁବା ଲୋକଟା ଆଜାଦଭାଇ!ତା’ର ପଇସା ନାହିଁ ସତ ହେଲେ ଦରଦୀ ମଣିଷଟେ। (ସଂଗୃହୀତ: ସୋସିଆଲ ମିଡ଼ିଆ)