କୁଡୁମୀ ଛାତ୍ର ସଂଘଠନ ପକ୍ଷରୁ ପାଠ୍ୟକ୍ରମ ଓ ଗବେଷଣା କେନ୍ଦ୍ର ଖୋଲିବା ପାଇଁ ଦାବିପତ୍ର।
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୨୨୩ – ୨୪ ବର୍ଷରେ ନୂତନ ଭାବେ ମାନ୍ୟତା ପାଇଥିବା କେନ୍ଦୁଝର ର ଧରଣୀଧର ବିଶ୍ଵବିଦ୍ୟାଳୟ ରେ ଓଡ଼ିଶା କୁଡୁମି ସେନା ପକ୍ଷରୁ ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ୍ ମହାନ୍ତଙ୍କ ନେତୃତ୍ଵରେ ଆଜି କୁଡୁମାଲି ତଥା ଛାତ୍ର ସଂଘଠନ ପକ୍ଷରୁ ଗବେଷଣା କେନ୍ଦ୍ର ଖୋଲିବା ନିମନ୍ତେ ଦାବି ପ୍ରଧାନ କରାଯାଇଛି। କୁଡୁମାଲି ଭାଷା ଏକ ଆଞ୍ଚଳିକ ଭାଷା ହୋଇଥିବାରୁ ଏହା ସାଧାରଣତଃ କୁଡୁମୀ ସଂପ୍ରଦାୟର ଲୋକମାନେ ହିଁ କହିଥାନ୍ତି । ଓଡ଼ିଶାରେ ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ସହ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ଏହି ସଂପ୍ରଦାୟର ଲୋକ ବହୁଳ ମାତ୍ରାରେ ବସବାସ କରୁଥିବାର ଦେଖାଯାଇଥାଏ। ଏହି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ପୂର୍ବ ସରକାର ଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ଉଦାସୀନ ମନୋଭାବ ହେତୁ ଏହି ଭାଷା ଆଜି ଲୋପ ହେବାକୁ ବସିଲାଣି । ତେଣୁ ଏହି ମୌଳିକ ଭାଷାର ବିକାଶ ଏବଂ ଉଦ୍ଧାର ନିମନ୍ତେ କୁଡୁମି ସେନା ଆଜି ଧରଣୀ ଧର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଏହି ଭାଷା ଅନ୍ୟ ରାଜ୍ୟ ଝାରଖଣ୍ଡ ରେ ରାଞ୍ଚି ବିଶ୍ଵବିଦ୍ୟାଳୟ ରାଞ୍ଚି, କୋଲାନ ବିଶ୍ଵବିଦ୍ୟାଳୟ ଚାଇବାସା, ଡଃ ଶ୍ୟାମପ୍ରସାଦ ବିଶ୍ଵବିଦ୍ୟାଳୟ ରାଞ୍ଚି, ବିନୋଦ ବିହାରୀ ବିଶ୍ଵବିଦ୍ୟାଳୟ ଧାନବାଦ, ବିନୋବା ଭାବେ ବିଶ୍ଵବିଦ୍ୟାଳୟ ହଜାରୀବାଗ ଏବଂ ପଞ୍ଚିମବଙ୍ଗ ସିନ୍ଧୁକାନୁ ବିଶ୍ଵବିଦ୍ୟାଳୟ ପୁରୁଲିଆ ଓ ସାଧୁ ରାମଚାନ୍ଦ୍ ମୁର୍ମୁ ବିଶ୍ଵବିଦ୍ୟାଳୟରେ କୁଡୁମାଲି ଡିପ୍ଲୋମା, ମାଷ୍ଟର ଡିଗ୍ରୀ ସହିତ କୁଡୁମାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଯଦି ଓଡ଼ିଶାରେ କୁଡୁମି ବହୁଳ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜରେ କୁଡୁମାଲିର ଗବେଷଣା ଖୋଲାଗଲେ ଓଡ଼ିଶାରେ ରହୁଥିବା ୨୫ଲକ୍ଷରୁ ଅଧିକ କୁଡୁମି ନିଜ ଭାଷା ପଢ଼ିବାର ସୁଯୋଗ ପାଇପାରନ୍ତେ ଏହା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ମତପ୍ରକାଶ କରିଛନ୍ତି। ଏହି ଦାବି ଉପସ୍ଥାପନ ରେ ସହଯୋଗ କରିଥିଲେ କେନ୍ଦୁଝର ସଦର ସଭାପତି ରଘୁବର ମହାନ୍ତ, ସମ୍ପାଦକ ତ୍ରିନାଥ ମହାନ୍ତ, ପୂର୍ବତନ ଛାତ୍ର ସଭାପତି ହେମନ୍ତ ମହାନ୍ତ, ବିଶ୍ଵବିଦ୍ୟାଳୟ ଛାତ୍ର ଅଭୟ ମହାନ୍ତ, ସମ୍ବିତ ମହାନ୍ତ, ସୁଶ୍ରୀ ଲୀଳାବତୀ ମହାନ୍ତ, ଦିପାଞ୍ଜଳୀ ମହାନ୍ତ , ନମିତା ମହାନ୍ତ ଓ କୁଡୁମି ଛାତ୍ର ସଂଗଠନ ସାମିଲ ହୋଇଥିଲେ।