କେନ୍ଦୁଝର ଜିଲ୍ଲା : ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ । ଗୁରୁତର ଅବସ୍ଥାରେ ଗାଁ ଲୋକଙ୍କ ଦ୍ଵାରା ଉଦ୍ଧାର । ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ, ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା ।

ଆଜି ସକାଳୁ, ରାସ୍ତାକଡରେ ଥିବା ପିଚୁକଡ଼ା ରେ କିଛି ପିଲା ଖେଳୁଥିବା ବେଳେ, ପିଚୁକଡ଼ା ଭିତରେ ପଡ଼ି ଯାଇଥିଲେ । ଏହା ଦେଖି ଲୋକମାନେ ଏକତ୍ର ହୋଇ ପିଲାମାନଙ୍କୁ ପିଚୁକଡ଼ା ରୁ ଉଦ୍ଧାର କରିଛନ୍ତି ।

ଲୋକମାନେ ପିଲାଙ୍କ ଶରୀରରୁ ପିଚୁ ଛଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ