କେନ୍ଦୁଝର ପ୍ରତିଭା ସମ୍ମାନ ଉତ୍ସବରେ ସଂମ୍ମାନିତ ହେଲେ ଯୁବ ସାମ୍ବାଦିକ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସ୍ତରୀୟ “ପ୍ରତିଦିନ” ଖବର କାଗଜ ଓ ଟିଭି ତରଫରୁ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି। ଆୟୋଜିତ ପ୍ରତିଭା ସମ୍ମାନିତ ଉତ୍ସବରେ ସଂମ୍ମାନିତ ହୋଇଛନ୍ତି ଯୁବ ସାମ୍ବାଦିକ, ସୂଚନାଯୋଗ୍ୟଯେ; ପାଟଣା ବ୍ଲକର ପ୍ରତିଦିନ ଟିଭି ଓ ଦୈନିକ ଖବର କାଗଜର ବ୍ଲକ ପ୍ରତିନିଧି ବିଜୟ କୁମାର ମହାନ୍ତ ପ୍ରତିଭା ସମ୍ମାନ ଉତ୍ସବ ରେ ସମ୍ମାନୀତହୋଇ ଥିଲେ। ଉକ୍ତ ଉତ୍ସବରେ ଅତିଥି ଭାବେ ପଦ୍ମଶ୍ରୀ ସୁଶ୍ରୀ ତୁଳସୀ ମୁଣ୍ଡା,ସେବତୀ ସିଂ, ବରିଷ୍ଠ ଆଇନଯିବି ଚତୁର୍ଭୁଜ ହୋତା, ପ୍ରତିଦିନ ର ପରିଚାଳନା ସମ୍ପାଦକ ସୁଧିର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ସାହୁ, ସାହିତ୍ୟିକା ମଧୁସ୍ମିତା ପଣ୍ଡା, ଲାଖାନ ହାଁସଦା, ଶ୍ରୀମତୀ ରାଉତସେବତୀ ସିଂ, ଆଇନଯିବି ଶ୍ରୀଯୁକ୍ତ ହୋତା, ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପଣ୍ଡା ପରିଚାଳନା କରିଥିଲେ। ପ୍ରାରମ୍ବରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ବିଜୟ ଙ୍କ ଏହି ସମ୍ମାନ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।