କେନ୍ଦେଇପଶି ଲ୍ୟାମ୍ପସ ରେ ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ

ପାଟଣା:୦୬.୦୧.୨୦୨୫ (ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ଲ୍ୟାମ୍ପ ପକ୍ଷରୁ ମଙ୍ଗଳବାର ୨୦୨୪-୨୫ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଲ୍ୟାମ୍ପ ପରିଚାଳକ ନିର୍ଦେଶକ ସୁମନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ। ଏହି ଉଦଘାଟ ଉତ୍ସବ କାଯ୍ୟକ୍ରମ କୁ ଅରୁଣ କୁମାର ମହାନ୍ତ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥିଭାବେ ବିଧାୟଙ୍କ ପ୍ରତିନିଧି କମଳା କାନ୍ତ ଦାସ, ଓଡିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ର ଭାନୁ ମହାନ୍ତ,କୃଷି ଅଧି ଦର୍ଶିକା ଦମୟନ୍ତୀ ମହାନ୍ତ, ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ମିତ୍ରଭାନୁ ନାଏକ, ସମିତି ସଭ୍ୟ ପ୍ରଦୀପ ବାରିକ, କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ, ଚାକୁଣ୍ଡା ପାଳ ସରପଞ୍ଚ ରକ୍ଷାମଣୀ ନାଏକ ଉପସ୍ଥିତ ରହିଥିଲେ ।
ଚାଷୀକୁ ମିଲର ବା ଲ୍ୟାମ୍ପସ ପକ୍ଷରୁ ବସ୍ତା ବା ଅଖା ଯୋଗାଇଦେବାର ଅଛି । ମଣ୍ଡିରେ ଧାନ କିଣିବା ପରେ ୭୨ ଘଣ୍ଟା ମଧ୍ୟରେ ଚାଷୀକୁ ଟଙ୍କା ଆସିବାର ଅଛି ବୋଲି ଚାଷୀ କହିଛନ୍ତି।

  • Advertisement –
    ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ୨୩୦୦ଟଙ୍କା, ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୨୩୨୦ ଟଙ୍କା ଓ ଇନପୁଟ ସହାୟତା ୮୦୦ଟଙ୍କା ସରକାରୀ ମୂଲ୍ୟ ରହିଥିବା ଅତିଥିମାନେ କହିଛନ୍ତି । ଏଥିରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପାଟଣା ର ଶାଖା ପରିଚାଳକ ଦିଲ୍ଲୀପ କୁମାର ପ୍ରଧାନ, ଯୋଗାଣ ନିରୀକ୍ଷିକ ଦିବ୍ୟରାଜ ଭୋଇ, ସମ୍ବିତ ସଂଗ୍ରାମଜୀତ ସାହୁ, ପଞ୍ଚାୟତର ମହିଳା ଗୋଷ୍ଠିର ଏମ, ବି. କେ, ମହିଳା ସୟଙ୍ଗ ସହାୟକ ଗୋଷ୍ଠିର ମହିଳା, ଚାଷୀ , ଲ୍ୟାମ୍ପ ଏମଡି ଲ୍ୟାମ୍ପସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।