କୋଲକାତା ନାଇଟ୍ ରାଇଡର୍ସ ରେ ଆୟରଙ୍କୁ ପୁଣିଥରେ ଅଧିନାୟକ ମିଳିଲା
କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତ କରିଛି । ନୀତୀଶ ରାଣାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଇଛି। ଆହତ କାରଣରୁ ଆୟର ଗତ ସିଜିନ୍ରେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା। ଶ୍ରେୟସ ଆୟର ଆହତ ପରେ ଏସିଆ କପ୍ ୨୦୨୩ରେ ପୁଣି ଥରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିଲେ ।
ଏହାପରଠୁ ସେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ।କୋଲକାତା ନାଇଟ୍ ନାଇଡର୍ସ ସିଇଓ ଭେଙ୍କି ମୈସୁର କହିଛନ୍ତି, ‘ଏହା ବାସ୍ତବରେ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଯେ ଶ୍ରେୟସ ଆୟର ଆହତ କାରଣରୁ ଆଇପିଏଲ ୨୦୨୩ରୁ ବାଦ୍ ପଡ଼ିଥିଲେ । ଆମେ ଏହା ଘୋଷଣା କରି ଖୁସି ଯେ ସେ ପୁଣି ଥରେ ଫେରୁଛନ୍ତି ଓ ଅଧିନାୟକ ହେବେ । ସୁସ୍ଥ ହେବା ପାଇଁ ସେ ଯେପରି ପରିଶ୍ରମ କଲେ ଓ ଯେଉଁ ଫର୍ମରେ ସେ ଅଛନ୍ତି ଏହା ତାଙ୍କ କ୍ୟାରେକ୍ଟରକୁ ଦର୍ଶାଉଛି’।କେକେଆର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛି।