କୋଷାବରା ଗ୍ରାମର ଭୈରବଙ୍କ ଦଶାହ କାର୍ଯ୍ୟରେ ଯୋଗଦେଲେ ସମାଜସେବୀ ଚାଞ୍ଚେର ମାଝୀ l
ଥୁଆମୂଳ ରାମପୁର,୨୮/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସଦର ସ୍ଥିତ କୋଷାବରା ଗ୍ରାମର ଜଣେ ଗରିବ ଅସହାୟ ପୁଝାରୀ ତଥା ବିଜେଡିର ଜଣେ ସକ୍ରିୟ ସଦସ୍ୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେଲେ ସମାଜସେବୀ ତଥା ଯୁବନେତା ଚାଞ୍ଚେର ମାଝୀ l ପ୍ରକାଶ ଯୋଗ୍ୟଯେ ଉକ୍ତ ଗ୍ରାମର (ହେଲୋ ପଏଣ୍ଟ) ପଡ଼ାର ଗଜିନ୍ଦ୍ର ଧଙ୍ଗଡା ମାଝୀ (ଗ୍ରାମର ଭୈରବ କାଳିଶୀ) ବା ପୁଝାରୀଙ୍କ ଗତ ୧୯ତାରିଖ ରାତି ପ୍ରାୟ ୧୦.୩୦ମୀ ସମୟରେ ଆକସ୍ମିକ ବିୟୋଗ ହୋଇଥିଲା । ସେ ଉକ୍ତ ଗ୍ରାମ ତଥା ଆଖପାଖ ଅଂଚଳର ଜଣେ ସୁ ପରିଚିତ ପୂଜକ ଭାବରେ ଥିଲେ l ସେ ଜଣେ ମିଷ୍ଟା ଭାଷୀ ପରୋପକାରୀ ଦୟାଳୁ, ସ୍ନେହମୟ ପୁରୁଷ ଭାବେ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କରି ବିୟୋଗରେ ସ୍ଥାନୀୟ ଅଞ୍ଚଳର ତଥା ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଶୋକର ଛାୟା ଖେଳି ଯାଇଥିଲା l

ଏଣୁ ଉକ୍ତ ଗ୍ରାମର ଦୁଃଖର ଖବର ଶୁଣି ଲାଞ୍ଜିଗଡ଼ ବିଧାନସଭା ମଣ୍ଡଳୀର ଜଣେ ଶୁ ପରିଚିତ ଗରୀବ ଲୋକଙ୍କ ସୁଖ ଦୁଃଖର ସାଥି , ସମାଜସେବୀ ତଥା ଯୁବନେତା ଚାଞ୍ଚେର ମାଝୀ ବୁଧବାର ଉକ୍ତ ଗ୍ରାମରେ ପହଞ୍ଚି ପ୍ରଥମେ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ପଚାରି ବୁଝିଥିଲେ ଓ ଯେକୌଣସି ସ୍ତରରେ ମଧ୍ୟ ତାହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାସହ ଶେଷରେ ଦଶାହ କାର୍ଯ୍ୟରେ ଯୋଗଦେଇ ମୃତ ପୁଝାରୀ ଙ୍କ ସ୍ତ୍ରୀ ଓ ତାଙ୍କ ଛୋଟ ଛୋଟ ଝିଅ ଙ୍କୁ ସାକ୍ଷାତ କରି ସନ୍ତାନ ଦେଇ ଛି ଆର୍ଥିକ ସାହାଯ୍ୟ କରିଥିଲେ l ସେସମୟର ତାଙ୍କ ସହକର୍ମୀ ହରିହରୀ କୁମ୍ଭାର, ଗୁରୁବାର ମାଝୀ, ହାଡିବନ୍ଧୁ ନାଏକ, ସାମ୍ବାଦିକ ଦୁର୍ଗା କୀର୍ତ୍ତି ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l