କୋଷାବରା ଗ୍ରାମର ଭୈରବ କାଳିଶୀ ଗଜିନ୍ଦ୍ର ଧଙ୍ଗଡା ମାଝୀଙ୍କ ଅକାଳ ବିୟୋଗ l
ଥୁଆମୂଳ ରାମପୁର, ୧୯/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ଗ୍ରାମପଞ୍ଚାୟତ ସ୍ଥିତ କୋଷାବରା (ହେଲୋ ପଏଣ୍ଟ) ପଡ଼ାର ଗଜିନ୍ଦ୍ର ଧଙ୍ଗଡା ମାଝୀ (ଭୈରବ କାଳିଶୀ) ବା ପୁଝାରୀଙ୍କ ସୋମବାର ରାତି ପ୍ରାୟ ୧୦.୩୦ମୀ ସମୟରେ ଆକସ୍ମିକ ବିୟୋଗ ହୋଇଛି। ସେ ଉକ୍ତ ଗ୍ରାମ ତଥା ଆଖପାଖ ଅଂଚଳର ଜଣେ ସୁ ପରିଚିତ ପୂଜକ ଭାବରେ ଥିଲେ l ସେ ଜଣେ ମିଷ୍ଟା ଭାଷୀ ପରୋପକାରୀ ଦୟାଳୁ, ସ୍ନେହମୟ ପୁରୁଷ ଭାବେ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କୁ କିଡ଼ିନି ଖରାପ ଏବଂ ୟୁରିନ୍ ଇନ୍ ଫେକ୍ସନ୍ ଥିବାରୁ ଦୀର୍ଘ ଦିନ ଡାକ୍ତରୀ ପରୀକ୍ଷା ଜାରି ରଖିଥିଲେ l

ହେଲେ ହତାଟ ସୋମବାର ରାତିରେ ତାଙ୍କ ପ୍ରାଣବାୟୁ ଉଡିଗଲା l ହେଲେ ତାଙ୍କର ଗୁଣୀ ଗାରିଡିରେ ମୃତ୍ୟୁ ହୋଇଥିବା ଗ୍ରାମବାସୀ କୁହାକୁହି ଜେଉଥିବା ଶୁଣିବାକୁ ମିଳୁଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସେ ସ୍ଥାନୀୟ ବିଜୁଜନତା ଦଳର ଜଣେ ପ୍ରାଥମିକ କର୍ମୀ ଥିଲେ । ତାଙ୍କରି ବିୟୋଗରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଉଥିବା ବେଳେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଅନ୍ତେଷ୍ଟି କ୍ରିୟା ରେ ସ୍ଥାନୀୟ ସରପଞ୍ଚଙ୍କ ବାପା ଗୁଞ୍ଜେନ ମାଝୀ, ଲାଞ୍ଜିଗଡ଼ ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟଚନ୍ଦ୍ର ନାଏକ, ସ୍ଥାନୀୟ ୱାର୍ଡ ସଭ୍ୟ ଭୀମସେନ ମାଝୀ ଙ୍କ ସମେତ ଆଖପାଖ ଅଂଚଳର ସହ ସହ ମହିଳା ଓ ପୁରୁଷ ଉପସ୍ଥିତ ରହି ଶୋକପ୍ରକାଶ କରିବା ସହ , ସ୍ବର୍ଗତ ଧଙ୍ଗଡା ମାଝୀଙ୍କ ଶୋକସପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି ।
