କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମହାଦେଇ ଯୋଡ଼ା ବିଜୟୀ ।ଯୋଗଦେଲେ ପାଟଣା ବିଧାୟକ

ପାଟଣା : (ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ୍ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ମା ଖିଲାରି ପାଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୧୪ତମ ବାର୍ଷିକ କ୍ରିକେଟ ଉଦଯାପିତ ହୋଇଛି। ଏଥିରେ ୧୬ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ଧକ୍କା xi ମହାଦେଇ ଯୋଡ଼ା ଓ କୁଳିପଶି ମଦ୍ୟରେ ଖେଳା ଯାଇଥିଲା। ପ୍ରଥମେ ଟସ୍ ଜିତି ଧକ୍କାxi ମହାଦେଇ ଯୋଡ଼ା ନିର୍ଦ୍ଧାରିତ ୧୦ ଓଭରେ ୭ୱକେଟ ହରାଇ ୬୯ଟି ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା ।

କୁଳିପଶି ୧୦ଓଭରେ ୬ ୱକେଟ ବିନିମୟରେ ୫୨ ରନ୍ ସଂଗ୍ରହ କରିଥିଲା। ଅମ୍ପିୟାର ଭାବେ ବାପି ନାଏକ ଓ ପିପୁନ ସେଠୀ ଖେଳ ପରିଚାଳନା କରିଥିଲେ। ରାମ ପାତ୍ର ଓଡ଼ିଆରେ ଧାରା ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପ୍ରଥମେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ସଂମ୍ମାନୀତ ଅତିଥି ଭାବେ କମଳା କାନ୍ତ ଦାଶ୍ ,ବୁଟୁ ନାଏକ ଯୋଗ ଦେଇ ଚାମ୍ପିଅନ ଦଳକୁ ୧୫ହଜାର ୫୦୦ଶହ ଓ ୧୧ହଜାର ଏକ ଶହ ଟଙ୍କା ପ୍ରଦାନ କରିଥିଲେ।

ମା ଖିଲାରୀ ପାଟ ୟଥ୍ କ୍ଲବର ସଭାପତି ସୁଶାନ୍ତ ସିଂହ, ସମ୍ପାଦକ ସୁଶାନ୍ତ ପାତ୍ର କମିଟିର ସଦସ୍ୟ ,ଟିମା ପାତ୍ର, ସମ୍ବିତ ନାଏକ,ସୁଧୀର ପାତ୍ର, ମାନସ ସେଠୀ, ସାନ୍ତୁନୁ ସେଠୀ,କାଳିଆ ପାତ୍ର, ମୁନା ସେଠୀ, ଚନ୍ଦନ ସେଠୀ, ମୁନା ପାତ୍ର, ବନି ସେଠୀ, ପବନ ନାଏକ,ରହିତ ନାଏକ,ନାନୁ ପାତ୍ର, ରକି ସେଠୀ, କ୍ରୀତନ ନାଏକ, ଚନ୍ଦନ ନାଏକ, ସିପୁନ ନାଏକ,ପ୍ରଦୀପ ନାଏକ, କୁଳ ସେଠୀ, ରୀଙ୍କୁ ସେଠୀ, ଚନ୍ଦନ ସେଠୀ,ତପନ ପାତ୍ର ଦେବାଶିସ୍ ସେଠୀ, ନୀଳ କଣ୍ଠ ସେଠୀ, ପ୍ରମୁଖ ଖେଳରେ ସହଯୋଗ କରିଥିଲେ।