ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗ ଦିନ ଭଙ୍ଗୁ ନାହିଁ lମାସ ମାସ ଧରି କାର୍ଯ୍ୟାଳୟରେ ଝୁଲୁଛି ତାଲା lରାତ୍ର ଜଗୁଆଳିଙ୍କ ଭରସାରେ ଥୁଆମୂଳ ରାମପୁର ଅବକାରୀ ଥାନା ଥୁଆମୂଳ
ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ ତାଲା ଝୁଲୁଛି। ଏଠାରେ ସମୁଦାୟ ୫ ଜଣ କର୍ମଚାରୀ ନିଯୁକ୍ତି ଥିବା ବେଳେ ଦୁଇ ଜଣ କନେଷ୍ଟବଳ କୌଣସି ଟ୍ରେନିଂ ରେ ଯାଇଛନ୍ତି ଏବଂ ଅବକାରୀ ଥାନା ଭାର ପ୍ରାପ୍ତ ଅଧିକାରିଣୀ ଙ୍କ ସମେତ ଆଉ ଦୁଇ ଜଣ କାର୍ଯ୍ୟାଳୟରେ ରହିବା କଥା ହେଲେ ପ୍ରାୟ ସମୟ ଥାନା ଭାରପ୍ରାପ୍ତ ଅଧିକାରିଣୀ ଜିଲ୍ଲା ମୁଖ୍ୟାଳୟରେ ବସାବାନ୍ଧିଛନ୍ତି । ମାସକୁ ଦିନେ କିମ୍ବା ସପ୍ତାହକୁ ଥରେ ଆସି କାଗଜ ପତ୍ରରେ ଦସ୍ତଖତ ମାରି ଅସ୍ଥାୟୀ ରାତ୍ର ଜଗୁଆଳି ଙ୍କ ହାତରେ କାର୍ଯ୍ୟାଳୟ ଛାଡ଼ି ଚାଲି ଯାଉଛନ୍ତି l ସରକାର ଚୋରା ମଦ କିମ୍ବା ଚୋରା ଗଞ୍ଜେଇ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ଗ୍ରାମାଞ୍ଚଳରେ ମାଳ ମାଳ ଚୋରା ମଦକୋଟି ସାଙ୍ଗକୁ ଗାଁଗାଁରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି। ଏମିତି କି ପ୍ରାୟ ସମୟ ଚୋରା ଗଞ୍ଜେଇ ଚାଲାଣ କାରବାର ମଧ୍ୟ ହେଉଥିବା ଜଣାପଡି ଥାଏ ହେଲେ ପ୍ରାୟ ମାସ ଏମିତି ଥାନାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏନେଇ ପୂର୍ବରୁ ଧରିତ୍ରୀ ରେ ଖବର ପ୍ରକାଶ ପରେ ମଧ୍ୟ ଅଧିକାରୀଙ୍କ ଖାତିର ନାହିଁ l ଏସଂପର୍କରେ ପୂର୍ବ ଅବକାରୀ ଥାନା ଅଧିକାରୀଙ୍କୁ ପଚାରିବାରୁ ଷ୍ଟାଫ ଅଭାବରୁ ଏହି ଅବସ୍ଥା ହେଉଛି ବୋଲି ଯାହା ତାଙ୍କ ପ୍ରତିକ୍ରିୟା ରଖିଥିଲେ l

ଏବଂ ବର୍ତ୍ତମାନ୍ ର ଭାରପ୍ରାପ୍ତ ଅଧିକାରିଣୀ ପ୍ରଶାନ୍ତି ସ୍ବାଇଁ ଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରି ବୁଝିବାରୁ ମୁ ଜିଲ୍ଲା ସଦର ମହକୁମା ଏବଂ ଥୁଆମୂଳ ରାମପୁର ଥାନା ଦାୟିତ୍ଵ ରେ ଅଛି ଏଣୁ ଯାହା ଟିକେ ସମସ୍ୟା ଦେଖାଯାଉଛି ଆଗାମୀ ୧୫ ଦିନ ମଧ୍ୟରେ ବାକି ୨ଜଣ କର୍ମଚାରୀ ତାଙ୍କ ଡ୍ୟୁଟି କୁ ଆସିଲେ ସବୁ ଠିକ୍ ହୋଇଯିବ ବୋଲି କହିବା ସହ ପ୍ରାୟ ସମୟ କାର୍ଯ୍ୟାଳୟ ଖୋଲା ରହେ ସେଠାରେ ଆମ ଜଣେ ରାତ୍ର ଜଗୁଆଳି ଅଛନ୍ତି l ବର୍ତ୍ତମାନ୍ ଆମେ ୩ଜଣ କର୍ମଚାରୀ ଅଛୁ ପ୍ରାୟ ସମୟ ତୋ କାର୍ଯ୍ୟାଳୟରେ ରହି ହେବ ନାହିଁ ଆମ ପାଖକୁ ଯାହାବି ଅଭିଯୋଗ ଆସିଲେ ଆମେ ଫିଲ୍ଡ ଯାଇ ତଦାରଖ କରିବାକୁ ଯାଇଥାଉ ଏବଂ ପ୍ରତିଟି ମୁହୂର୍ତ୍ତ ଲୋକଙ୍କ ହିତପାଇଁ କମକରୁଛୁ ଆମେ ଆମ କର୍ତ୍ତବ୍ୟରେ କଦାପିବି ଅବହେଳା କରୁନାହୁଁ ବୋଲି କହିଲେ l ତେବେ ଦେଖିବାକୁ ବାକି ରହିଲା ଥୁଆମୂଳ ରାମପୁର ବ୍ଲକ୍ ରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ରୋକିବାକୁ କେତେ ମାତ୍ରାରେ ସଫଳ ହେଉଛନ୍ତି l