ଖୁବ୍ ଶୀଘ୍ର ରିଲାଏନ୍ସ ଜିଓ ଫୋନ 5G | ବହୁତ୍ କମ୍ ଦାମ୍ ରେ

ରିଲାଏନ୍ସ କମ୍ପାନି ଜିଓ ଫୋନ 5G ବାହାର କରିବା ପାଇଁ ଘୋଷଣା କରିଛି। କମ୍ପାନି ଏହାକୁ ଗୁଗଲ ସହ ପାର୍ଟନରଶିପ କରି ନିର୍ମାଣ କରିବ।JioPhone 5Gକୁ ନେଇ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହାକୁ ନେଇ ପୂର୍ବରୁ ମଧ୍ୟ ଏକ ରିପୋର୍ଟ ସାମନାକୁ ଆସି ସାରିଛି। ଜିଓ ଫୋନ 5ଜି ଶସ୍ତାରେ ଲୋକଙ୍କୁ ମିଳିପାରିବ ବୋଲି ରିପୋର୍ଟରେ ଦାବି କରାଯାଇଥିଲା।

ଏକ ରିପୋର୍ଟ ଅନୁସାରେ, JioPhone 5Gରେ କମ୍ପାନି Qualcomm Snapdragon 480 ପ୍ରୋସେସର ବ୍ୟବହାର କରିପାରେ। ଏଥିରେ ୪ ଜିବି ରାମ ଏବଂ ୩୨ ଜିବି ଯାଏଁ ଇଣ୍ଟରନାଲ ମେମୋରୀ ରହିବ।

ଜିଓ ଫୋନ 5Gରେ ୬.୫ ଇଞ୍ଚର HD+ IPS LCD ସ୍କ୍ରିନ ମିଳିପାରେ। JioPhone 5Gର ମୂଲ୍ୟ ୧୨,୦୦୦ ହଜାର ଟଙ୍କାରୁ କମ ହୋଇପାରେ। ଏହି ସ୍ମାର୍ଟଫୋନକୁ ରିଲାଏନ୍ସର ପରବର୍ତ୍ତୀ ସାଧାରଣ ବୈଠକରେ ଲଞ୍ଚ କରାଯାଇ ପାରେ । ତେବେ ଚଳିତ ବର୍ଷ ଦୀପାବଳିରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିପାରେ ।