‘ଗଦର-୨’ ଦମ୍‌ଦାର ଟ୍ରେଲର ରିଲିଜ୍‌

ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ ୨୦୦୧ରେ ମୁକ୍ତିଲାଭ କରିଥିଲା। ଯାହା ବେଶ୍‌ ସୁପର ଡୁପର ହିଟ ଥିଲା। ଏହି କିଛି ମିନିଟର ଟିଜର ଆମକୁ ଅନୁଭବ କଲା ଯେ ‘ଗଦର ୨’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଧମାଲ କରିବ। ଏହି ଟିଜରକୁ ସକିନା ଅର୍ଥାତ୍ ଅମିଶା ପଟେଲ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। 

ଏଥି ସହିତ ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ନିର୍ମାତା ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର-୨’ ର ଟିଜର ରିଲିଜ କରିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମଟି ୧୧ ଅଗଷ୍ଟ ୨୦୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।