ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରୁ ଚମକାଇଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କୁ ଚେନ୍ନାଇ ସ୍ଥିତ କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଗତକାଲିଠାରୁ ବିକ୍ରମ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ୫୬ ବର୍ଷୀୟ ବିକ୍ରମ ହୃଦଘାତର ଶିକାର ହୋଇଛନ୍ତି। ଏହି ଖବର ଶୁଣି ବିକ୍ରମଙ୍କ ପ୍ରଶଂସକମାନେ ଖୁବ୍‌ ଚିନ୍ତିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।