ଗ୍ରହଣ ଦିନ କ’ଣ କରିବା ଉଚିତ୍ ଏବଂ କ’ଣ ନକରିବା ଉଚିତ୍।

ଆସନ୍ତାକାଲି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ପଡୁଛି । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି । ଗ୍ରହଣ ୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ ଗ୍ରହଣ । ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ଆରମ୍ଭ ହେବ । ଏହି ସମୟରେ ଭୋଜନ କରାଯାଏ ନାହିଁ ତା’ ସହ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଏ । ଗ୍ରହଣ ସମୟରେ କୌଣସି ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।ରବିବାରଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ବିଜ୍ଞାନ ଯୁଗରେ ଖଇବା ମନାକୁ ଅନ୍ଧବିଶ୍ୱାସ କହି ସମାଲୋଚନା କରିଛନ୍ତି ହେତୁବାଦୀ ।

ଘର ନିର୍ମାଣ କିମ୍ବା ଯାନବାହନ କିଣା ଆଦି କାର୍ଯ୍ୟର ଯୋଜନା ବି ଏହି ସମୟରେ କରନ୍ତୁ ନାହିଁ ।
ଗ୍ରହଣ କାଳରେ ଛୁଞ୍ଚି, ଛୁରୀ, କଇଁଚି ପରି କୌଣସି ପ୍ରକାରର ଧାରୁଆ ଅସ୍ତ୍ର ବ୍ୟବହାର କରିବାକୁ ବାରଣ ରହିଛି ।
ଏହି ସମୟରେ ପୂଜାପାଠ କରିବାକୁ ବି ବାରଣ ରହିଛି ।
ଗ୍ରହଣ ସମୟରେ ଗଛ ଡାଳ ଭାଙ୍ଗନ୍ତୁ ନାହିଁ କି କୌଣସି ଗଛ ବି ପୋତନ୍ତୁ ନାହିଁ ।
କେଶ ବିନ୍ୟାଶ, ନଖ କଟା କିମ୍ବା ଦାନ୍ତ ଘସିବା ପରି କାର୍ଯ୍ୟ ଏହି ସମୟରେ କରନ୍ତୁ ନାହିଁ।
ଗର୍ଭବତୀ ମହିଳାମାନେ ଏହି ସମୟରେ ବେଶି ସତର୍କ ରୁହନ୍ତୁ । ଏହି ସମୟରେ ବାହାରକୁ ଆଦୌ ବି ବାହରନ୍ତୁ ନାହିଁ।
ଗ୍ରହଣ ସମୟରେ ଗର୍ଭବତୀମାନେ କୌଣସି ଧାତୁ ନିର୍ମିତ ଅଳଙ୍କାର ନପିନ୍ଧିଲେ ଭଲ।
ଗ୍ରହଣ ଛାଡ଼ିବା ପରେ ୨ ଦିନ ଆମୀଷ ଭକ୍ଷଣ ନକଲେ ଭଲ।
ଗର୍ଭବତୀ ମହିଳାମାନେ ଘରୁ ବାହାରିବା ଉଚିତ୍ ନୁହେଁ ।
ଏ ସମୟରେ ନିରବ ଓ ଶାନ୍ତ ରହିବା ସହ ଭଗବାନଙ୍କ ନାମ ଜପ କରିବା ଉଚିତ୍ ।