ଗ୍ରାହକ ଙ୍କୁ ସଠିକ୍ ସେବା ଯୋଗାଇ ଦେଇ ପାରୁନାହିଁ ଥୁଆମୂଳ ରାମପୁର ଏକ୍ସସିସ୍ ଏଟିଏମ୍ I

୧୦ ମାସ ରୁ ଉର୍ଦ୍ଧ ହେବ ଏଟିଏମ୍ ବନ୍ଦ : ଗ୍ରାହକ ହନ୍ତସନ୍ତ

ଥୁଆମୂଳ ରାମପୁର,୨୨/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ସ୍ଥିତ ଆଇଟିଡିଏ ୪ ନମ୍ବର ମାର୍କେଟ କମ୍ପ୍ଲେକ୍ସ ରେ ଏକ୍ସସିସ୍ ବ୍ଯାଙ୍କ ଦ୍ବାରା ସ୍ଥାପିତ ଏଟିଏମ୍ ଦୀର୍ଘ ୧୦ମାସ ରୁ ଉର୍ଦ୍ଧ ସମୟ ହେବ ବନ୍ଦ ରହିଛିଥିବା ବେଳେ ଗ୍ରାହକଙ୍କ ମନରେ ଅସନ୍ତୋଷର ଦାନା ବନ୍ଧିଛି । ଥୁଆମୂଳ ରାମପୁର ବ୍ଲକ ଟି ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ବ୍ଳକ ହୋଇଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକ୍ ଜନସଂଖ୍ୟା ହାରାହାରି ୭୭ହଜାର ରୁ ଉର୍ଦ୍ଧ ଲୋକ ବସବାସ କରିଛନ୍ତି l ଏହି ବ୍ଲକ୍ ରେ ହାତ ଗଣତି କିଛି ବ୍ୟାଙ୍କ୍ ରହିଛି ଯେମିତି କି ଭାରତୀୟ ଷ୍ଟେଟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍, ପୋଷ୍ଟାଲ ବ୍ୟାଙ୍କ୍ ଭଳି ବ୍ୟାଙ୍କ୍ ରହିଥିବା ବେଳେ ଏହି ବ୍ଲକ୍ ରେ କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୨ ଟି ଏଟିଏମ୍ ଏବଂ ଏକ୍ସସିସ୍ ବ୍ୟାଙ୍କ୍ ତରଫରୁ ଏକମାତ୍ର ଏଟିଏମ ସ୍ଥାପନ କରାଯାଇଛି, କିନ୍ତୁ ଥୁଆମୂଳ ରାମପୁର ଠାରେ ସ୍ଥାପିତ ଏହି ଏକ୍ସସିସ୍ ବ୍ୟାଙ୍କ୍ ଏଟିଏମ୍ ଅଚଳାବସ୍ଥାରେ ଥିବାବେଳେ ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ଥାପନ କରିଥିବା ଗୁଣୁପୁର ସ୍ଥିତ ପେଟ୍ରୋଲ ପମ୍ପ ଠାରେ ଏବଂ ଗୋଟେ ବ୍ୟାଙ୍କ୍ ଶାଖା ସମ୍ମୁଖରେ ସ୍ଥାପନ କରାଯାଇଥିବା ଏଟିଏମ୍ ହିଁ ଲୋକଙ୍କ ସେବାରେ ରହିଛିl ହେଲେ ତାହା ମଧ୍ୟ ଅଧିକାଂଶ ସମୟରେ ଲୋକଙ୍କ ସେବାରେ ନିୟମିତ ସେବା ଯୋଗାଇବାରେ ଅବହେଳା ରହୁଛି ବୋଲି ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଇ ଦେଇଛି। ଉକ୍ତ ବ୍ଲକ୍ ହେଉଛି ଏକ ଆଦିବାସୀ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହିଠିକାର ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି। ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ବ୍ଲକ୍ ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ରହିଛି।ଏହାଯୋଗୁଁ ଉକ୍ତ ସ୍ଥାନକୁ ପ୍ରତିଦିନ ବିଭିନ୍ନ କାମ ନେଇ ଶହ ଶହ ଲୋକଙ୍କର ଭିଡ ହୋଇଥାଏ। ଲୋକମାନେ ନିଜ ଘରୁ ଟଙ୍କା ଧରି ଆସି ନଥିଲେ ବୋହୁତ ହଇରାଣ ହରକତ ହେବାକୁ ପଡିଥାଏ। ବର୍ତ୍ତମାନ ପଡୋଶୀ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ବ୍ୟବସାୟୀ ମାନେ ଏହିସ୍ଥାନକୁ ବ୍ୟବସାୟୀ କରିବା ପାଇଁ ଆସୁଛନ୍ତି, ତେଣୁ ଲୋକେ କିଣାକିଣି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନ ଧରି ଆସିଲେ ସେମାନେ ନାନାଦି ଅସୁବିଧା ଭୋଗୁଥିବା ଦେଖାଯାଏ l ଏକ୍ସସିସ୍ ପକ୍ଷରୁ ବିଗତ କିଛି ବର୍ଷ ତଳେ ଏଠାରେ ଅଞ୍ଚଳର ଲୋକଙ୍କ ସୁବିଧା ଯୋଗାଇ ଦେବା ଦୃଷ୍ଟିରେ ଏକ ଏଟିଏମ ସ୍ଥାପନା ହୋଇଥିଲା । ମାତ୍ର ବିଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଛି ହେଲେ ଏଟିଏମ କାରବାର ବନ୍ଦ ଅଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ହେଉନାହିଁ । ଗୋଟେ ଏସବିଆଇ ଏଟିଏମ୍ କୁ ଛାଡ଼ିଦେଲେ ଏଠାରେ ଅନ୍ୟ କୌଣସି ଏଟିଏମ ନଥିବା ଯୋଗୁଁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସି ଏଟିଏମ ବନ୍ଦ ଥିବା ଦେଖ୍ ନିରାଶରେ ଫେରୁଥ‌ିବା ଦେଖ‌ିବାକୁ ମିଳୁଛି । ଏଟିଏମରୁ ଟଙ୍କା ଉଠାଣ ପାଇଁ ଅନ୍ୟ କୌଣସି ସାଧାନ ନଥିବାରୁ ଲୋକେ ଦୋକାନ ମାନଙ୍କରୁ ବିଭିନ୍ନ ସଂସ୍ଥା ଦ୍ୱାରା ଚାଲୁଥିବା ସ୍ଵାଇପ ମେସିନ କିମ୍ବା ଗ୍ରାହକ ସେବା କେନ୍ଦ୍ର କୁ ଯାଇ ଲମ୍ବା ଧାଡ଼ି ବାନ୍ଧି ଟଙ୍କା ଉଠାଣ କରୁଛନ୍ତି ହେଲେ ଲୋକଙ୍କୁ ୧ ହଜାର ଟଙ୍କାରେ ଅତିରିକ୍ତ ୧୦ ରୁ ୨୦ ଟଙ୍କା ଦେବାକୁ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଅନେକ ସମୟରେ ଲୋକେ ସ୍ଵାଇପ ମେସିନ କିମ୍ବା ଏଇପିଏସ ରେ ଟଙ୍କା ଉଠାଣ ସମୟରେ ଠକାମିର ଶିକାର ହେଉଥ‌ିବା ମଧ୍ୟ ନଜରକୁ ଆସୁଛି। ଗ୍ରାମାଞ୍ଚଳର ଲୋକେ ଏକ୍ସସିସ୍ କିମ୍ବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ଅନେକ ଭରଷା କରୁଛନ୍ତି କିନ୍ତୁ ଥୁଆମୂଳ ରାମପୁର
ଏକ୍ସସିସ୍ ବ୍ୟାଙ୍କ ଏଟିଏମ ଦିର୍ଘ ୧୦ ମାସ ହେଲାଣି ବନ୍ଦ ରହିଛି ହେଲେ ଏଥିପ୍ରତି ସଂପୃକ୍ତ ବ୍ୟାଙ୍କ କିଛି ଦୃଷ୍ଟି ଦେଉନଥ‌ିବାରୁ ଧିରେ ଧିରେ ଏକ୍ସସିସ୍ ବ୍ୟାଙ୍କ ଉପରେ ଲୋକଙ୍କ ଭରଷା ତୁଟିବା ଆରମ୍ଭ ହେଲାଣି । ତେବେ ଏକ୍ସସିସ୍ ବ୍ୟାଙ୍କ ପକ୍ଷରୁ ଥୁଆମୂଳ ରାମପୁର ଏଟିଏମକୁ ଯଥା ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି । ଏନେଇ ୯୮୬୧୪୪୮୪୮୮ ନମ୍ବର ରେ ଏକ୍ସସିସ ବ୍ୟାଙ୍କ୍ କ୍ଲଷ୍ଟର ହେଡ୍ ବିକାଶ ଚନ୍ଦ୍ର ସାହୁ ଯୋଗାଯୋଗ କରି ଏସଂପର୍କରେ ପଚାରି ବୁଝିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଫୋନ ଉଠାଇ ନାହାଁନ୍ତି ଅଧିକାରୀ