‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।
‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ମଧ୍ୟ ଆମ ରାଜ୍ୟରେ ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁଯାୟୀ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାଶନ କାର୍ଡ ପାଇଁ E-KYC ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡିବ। BSKY ଯୋଜନାରେ ୯୫୭ ହସ୍ପିଟାଲରେ ସୁବିଧା ମିଳୁଥିଲା। ଏଣିକି ୨୭ ହଜାରରୁ ଊର୍ଦ୍ଧ୍ୱ ଅନୁବନ୍ଧିତ ହସ୍ପିଟାଲରେ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।