ଚୋର ମାନେ ଟଙ୍କା, ସୁନା ନୁହେଁ ୬୦ କିଲୋ ଲେମ୍ୱୁ ନେଇଗଲେ , ପିଆଜ-ରଷୁଣ ବି ଛାଡିଲେନି
ଉତ୍ତର ପ୍ରଦେଶର ଶାହଜହାଁପୁର ଜିଲ୍ଲାରେ ଘଟିଛି ଏମିତି ଘଟଣା।ଏହିପରି ଚୋରି ପୂର୍ବରୁ ହୁଏତ ଆପଣ କେବେ ଶୁଣି ନଥିବେ। ଏଠାରେ ଟଙ୍କା ଏବଂ ସୁନାର ଚୋରି ହୋଇନି ବରଂ ଚୋର ମାନେ ପରିବା ଚୋରି କରି ନେଇଯାଇଛନ୍ତି। ବାଛି ବାଛି ପରିବା ନେଇ ଯାଇଛନ୍ତି। ଘଟଣା ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଚୋର ୬୦ କିଲୋ ଲେମ୍ୱୁ ସହିତ ରଷୁଣ, ପିଆଜ ଚୋରି କରି ନେଇଯାଇଛି।
ଘଟଣାଟି ଜିଲ୍ଲାର ତିଲହର ଅଞ୍ଚଳରେ ଘଟିଛି। ଯେଉଁଠି ଲେମ୍ୱୁର ଦରବୃଦ୍ଧିର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି। ପରିବା ବ୍ୟବସାୟୀ ମନୋଜ କଶ୍ୟପ କହିଛନ୍ତି, ପରିବା ବଜାରରେ ତାଙ୍କର ଗୋଟିଏ ଦୋକନ ରହିଛି। ଦୋକାନ ଆଗରେ ରାତିରେ ପରିବା ରଖିବା ପାଇଁ ଗୋଟାଏ ଗୋଦାମ ଅଛି। ରବିବାର ସକଳେ ଦୋକାନରେ ପହଞ୍ଚିବା ବେଳେ ତାଲା ଭଙ୍ଗାଯାଇଥିବା ମନୋଜ ଦେଖିବାକୁ ପାଇଥିଲେ।
ସବୁ ଜିନିଷ ରାସ୍ତାରେ ପଡିଥିଲା। ତାଙ୍କ ଗୋଦାମରୁ ୬୦ କିଲୋ ଲେମ୍ୱୁ, ୪୦ କିଲୋ ପିଆଜ, ୩୮ କିଲୋ ରଷୁଣ ଚୋରି ହୋଇଛି।