ଜଡିଚାତର ରିଲାଏନ୍ସ ପେଟ୍ରଲ ପମ୍ପରୁ ବନ୍ଧୁକ-ଭୁଜାଲି ଦେଖାଇ ୬ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚ଼ମ୍ପଟ
କେନ୍ଦୁଝର,୨୧ା୩:କେନ୍ଦୁଝର ସଦର ବ୍ଲକ ପଦ୍ମପୁର ନିକଟସ୍ଥ ଜଡିଚାତର ଆଲିଆନ୍ସ ମେଣ୍ଟାଲ ପିଭିଟି ଏଲଟିଡି ରିଲାଇନ୍ସ ପେଟ୍ରଲ ପମ୍ପରୁ ଆଜି ସକାଳ ୪ଟାବେଳେ ବନ୍ଧୁକ-ଭୁଜାଲି ଦେଖାଇ ୬ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚ଼ମ୍ପଟ ମାରିଛନ୍ତି।ମିଳିଥିବାଖବରଅନୁସାରେ,ସକାଳୁ ପଦ୍ମପୁର ପଟୁ ଏକ ପୋଲସର ଏବଂ କେଟିଏମ୍ ବାଇକ୍ ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରଲ ପମ୍ପରେ ପ୍ରବେଶ କରିଥିଲେ।ଡିଉଟିରେ ଥିବା ଜୟ ପ୍ରକାଶ ଦେହୁରୀ,ତପନ ଖଟୁଆ ଙ୍କୁ ପ୍ରଥମେ ଦୁଇ ବାଇକ ରେ ପେଟ୍ରଲ ମାଗି ଗାଡିରେ ପକାଇଲେ।ପରେ ହଠାତ୍ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଉଭୟ ଦୁଇ କର୍ମଚାରୀ ଙ୍କୁ ବନ୍ଧୁକ ଭୁଜାଲି ଦେଖାଇ ପେଟ୍ରଲ ପମ୍ପ କାର୍ଯ୍ୟାଳୟ ମ୍ୟାନେଜର ଙ୍କ ପାଖକୁ ଆଣିଥିଲେ।

ମ୍ୟାନେଜର ସୋଇଲେସ ମହାନ୍ତି ଙ୍କୁ ମଧ୍ୟ ଏହି ଅସ୍ତ୍ରସସ୍ତ୍ର ଦେଖାଇ ଟଙ୍କା ମାଗି ଧରିବାପରେ ଲୁଟେରା ମାନେ ବଡବିଲ ଅଭିମୁଖେ ଚାଲିଯାଇଛନ୍ତି ବୋଲି ପେଟ୍ରଲପମ୍ପ କର୍ମଚାରିମାନେ କହିଛନ୍ତି।ତେବେ ଏହି ବଡ ଧରଣର ଡକାୟତ ରେ ସ୍ବଭାଗ୍ୟ ବସଃତ କାହାରି କୈାଣସି କ୍ଷତି ହୋଇନାହିଁ।ପେଟ୍ରଲ ପମ୍ପ ମାଲିକ ଏହି ଘଟଣା ବିଷୟରେ ଜାଣିବାପରେ ସଦର ଥାନାରେ ଅଭିଯୋଗ କରିଥିଲେ।ତୁରନ୍ତ ଥାନା ଅଧିକାରୀ ଜୟନାରାୟଣ ଖଣ୍ତାଇ,ଏସ୍ ଆଇ ସୂର୍ଯ୍ୟକାନ୍ତ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀ ଙ୍କୁ ପୋଲିସ ଅଧିକ ତଦନ୍ତ ପାଇ ଥାନାକୁ ଜେରା ପାଇଁ ନେଇଛି।ତେବେ ପେଟ୍ରପମ୍ପରେ ୧୦ଦିନ ହେବ ଖରାପ ହୋଇଯାଇଥିବାରୁ ତାଙ୍କର କିଛି ସୁରାଗ ମିଳିପାରିନି।
ସବୁଠାରୁ ବଡକଥାହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରୀ ଡକାୟତି ରାଜହାନୀ ଭଳି ଅପରାଧ ବଢିବାକୁ ଲାଗୁଛି।ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବି ମୋହଲରେ ପ୍ରକାଶ ପାଇଛି।ଜିଲ୍ଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ବ ଦେବା ସହ ପେଟ୍ରଲିଂ କଡାକଡି କରିବାକୁ ସାଧାରଣରେ ଦାବିହୋଇଛି। କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ