ଜନ୍ମ ଦିନ ଅବସରରେ ଭିଡ଼ିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି।

ଜନ୍ମଦିନରେ ଭାବପ୍ରବଣ ହୋଇ ଅଭିନେତା ଅନୁଭବ ମହାନ୍ତି ନିଜ ପ୍ରଶଂସକଙ୍କୁ ନିଜ ମନର ବ୍ୟଥା ଓ ହୃଦୟର କଥା କହିଛନ୍ତି। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ ଗତ ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି ମୁଁ ମରିମରି ଜୀଇଁଛି। ମୋର ଯେଉଁଦିନ ଛାଡ଼ପତ୍ର ହୋଇଯିବ, ସେଦିନ ମୁଁ ପ୍ରକୃତରେ ଜନ୍ମଦିନ ପାଳନ କରିବି। କାରଣ ସେଦିନ ହେବ ମୋର ନୂଆ ଜନ୍ମ।

ସେହି ଦିନ ହେବ ମୋର ଅସଲ ଜନ୍ମଦିନର ଉତ୍ସବ ପାଳନ କରାଯିବ ବୋଲି ଅନୁଭବ ପ୍ରକାଶ କରିଛନ୍ତି।ଅନୁଭବ କହିଛନ୍ତି, ୨୪ ଡିସେମ୍ୱର ହେଉଛି ମୋର ଜନ୍ମଦିନ। କିନ୍ତୁ ଏବର୍ଷ ଜନ୍ମଦିନ ପାଳନ କରିବି ନାହିଁ।

ତେବେ ଆପଣମାନେ ବିଭିନ୍ନ ମାଧ୍ୟମରେ ଯେମିତି ଅଭିନନ୍ଦନ ଜଣାଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ପାଖରେ ଋଣୀ। ପ୍ରତିବର୍ଷ ଏମିତି ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦରେ ଲଦି ଦେଉଥାଆନ୍ତୁ ବୋଲି ସେ କହିଛନ୍ତି।