ଜିଆ ଖାନ୍ ଆତ୍ମହତ୍ୟା ମାମଲା: ସୂରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ,
ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମୃତ୍ୟୁ ପରଠୁ ସୂରଜ ପଞ୍ଚୋଲିଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇଥିବାର ଏକ ମାମଲା ଚାଲିଥିଲା। ବର୍ତ୍ତମାନ କୋର୍ଟ ଏହି ମାମଲାରେ ନିଜର ରାୟ ଦେବାବେଳେ ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯାହା ପରେ ଜିୟା ଖାନଙ୍କ ମାଆ ବହୁତ ଦୁଃଖୀ । ସେ କହିଛନ୍ତି ଯେ ସେ ଆହୁରି ଲଢିବେ, ଝିଅ ଜିୟା ପାଇଁ ଲଢେଇ ଜାରି ରଖିବେ।ଉଲ୍ଲେଖଯୋଗ୍ୟ, ୨୦୧୩ ମସିହା ଜୁନ୍ ୩ରେ ମୁମ୍ବଇସ୍ଥିତ ବାସଭବନରୁ ୨୫ ବର୍ଷୀୟା ଜିଆ ଖାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।
ପ୍ରେମିକ ସୂରଜ ପଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ସମ୍ପର୍କରେ ଫାଟ ଯୋଗୁ ସେ ଜୀବନ ହାରୁଥିବା ଜିଆ ଲେଖିଥିବା ଗୋଟିଏ ଚିଠିରୁ ଜଣାପଡ଼ିଥିଲା। ଜିଆଙ୍କ ମାଆ ମଧ୍ୟ ସୁରଜଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଥିଲେ। ଏହାପରେ ସୂରଜଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୩ ଜୁଲାଇ ମାସରେ ସୂରଜଙ୍କୁ ଜାମିନ ମିଳିଯାଇଥିଲା। ଏବେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।