ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର l

ଥୁଆମୂଳ ରାମପୁର,୨୫/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯୯ ଗୋଟି ଅଭିଯୋଗ ପତ୍ର ଗୁଡିକ ଦାଖଲ ହୋଇଥିଲା। ଯେଉଁଥିରେ ୪୮ ବ୍ୟକ୍ତିଗତ ଏବଂ ୫୧ ଗୋଟି ସାମୂହିକ ଅଭିଯୋଗ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାଓ୍ବାର୍ ସଚିନ ପ୍ରକାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟତଃ
ପାନୀୟଜଳ ସମସ୍ୟା, ମନରେଗା , ମୋବାଇଲ ଟାଓ୍ବାର, ଭତ୍ତା, ଘର, ରାସ୍ତା ଭଳି ବିଭିନ୍ନ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଆସିଥିବା ବେଳେ ଏଥିରେ ସମାଧାନର ଆଶା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ହେଲେ ଲିଖିତ କିମ୍ବା ମୌଖିକ ଭାବରେ ଅଭିଯୋଗ ପରେ ଅଭିଯୋଗ ଦେଲେ ମଧ୍ୟ ପାନୀୟଜଳ, ରାସ୍ତାଘାଟ, ଭତ୍ତା, ଘର ଠାରୁ ଆରମ୍ଭ କରି ନେଟୱର୍କ ଭଳି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ଦେଲେ ମଧ୍ୟ କୌଣସି ସମାଧାନ ହେଉନଥିବା କିଛି ହିତାଧିକାରୀ ଗଣମାଧ୍ୟମ ଆଗରେ ଦୁଃଖର ସହ ପ୍ରକାଶ କରିଥିଲେ l ତେବେ ଦେଖିବାକୁ ବାକି ରହିଲା ବର୍ତ୍ତମାନ ର ଜନ ଅଭିଯୋଗ ଶୁଣାଣି କେତେ ଦୂର ଫଳପ୍ରାପ୍ତ ହେଉଛି l