ଜେ.ଏମ.ଏଫ୍.ସି କୋର୍ଟ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା।

ଥୁଆମୂଳ ରାମପୁର,୨୩/୧୧-(ଦୁର୍ଗା କୀର୍ତ୍ତି):-ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅନୁକୂଲ୍ୟ ରେ ରବିବାର ତାଲୁକ ଆଇନ ସେବା ସମିତି, ଥୁଆମୂଳ ରାମପୁର ର ତତ୍ୱାବଧାନରେ ସ୍ଥାନୀୟ ଥୁଆମୂଳ ରାମପୁର ଜେ.ଏମ.ଏଫ୍.ସି କୋର୍ଟ ପରିସର ଠାରେ ଶିଶୁ ଦିବସ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉକ୍ତ ପ୍ରତିଯୋଗିତାରେ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ବିଭିନ୍ନ ସ୍କୁଲ ଯଥା ସରକାରୀ ବାଳିକା ବିଦ୍ୟାଳୟ ଗୋପାଳପୁର, ଉଚ୍ଚ ଇଂରାଜୀ ବିଦ୍ୟାଳୟ, ଥୁଆମୂଳ ରାମପୁର ଗ୍ରାମ ବିକାଶ ଶିକ୍ଷା ନିକେତନ, କୁମୁଡାବାହାଲ, ଓ ବିସମଗିରି ମାଧ୍ୟମିକ ବିଦ୍ୟାଳୟ, ଓଡି଼ଶା ଆଦର୍ଶ ବିଦ୍ୟାଳୟ, ବଡ଼ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ | ପିଲାମାନଙ୍କୁ ଦୁଇଟି ବର୍ଗ ରେ ବିଭାଜିତ କରାଯାଇ ଶିଶୁ ଅଧିକାର, ଶିଶୁ ନିର୍ଯ୍ୟାତନା, ସୋସିଆଲ ମିଡ଼ିଆ ର କୁପରିଣତି, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁ ଶିକ୍ଷା ଅଧିକାର, ବାଲ୍ୟ ବିବାହ ଆଦି ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ଟି ଥୁଆମୂଳ ରାମପୁର କୋର୍ଟ ର ବିଚାରପତି ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଥୁଆମୂଳ ରାମପୁର କୋର୍ଟ ର ଆଇନଜୀବୀ ମନୋରଞ୍ଜନ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷକ ଓ ପ୍ରତିଯୋଗୀ ମାନଙ୍କର ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ | କାର୍ଯ୍ୟକମ କୁ ସିଭିଲ କୋର୍ଟ, ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି ର ସଂଯୋଜକ ଜିମି ବେହେରା ତଥା ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସୁଚାରୁ ରୂପେ ସମ୍ପାଦନା କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଭୋଜନ ର ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା | ପ୍ରକାଶ ଯୋଗ୍ୟ ଯେ, ଗତ ୧୪ ତାରିଖରେ ଶିଶୁ ଦିବସ ଥିଲା ଏବଂ ସେହି ସମୟରେ ଏହି ପ୍ରତିଯୋଗିତା କୌଣସି କାରଣ ବଶତଃ ହୋଇ ନଥିଲା ଏଣୁ ଏହା ରବିବାର ଅନୁଷ୍ଠିତ ହୋଇ ଥିଲା l